ଖପ୍ରାଖୋଲ:ଗନ୍ଧମାର୍ଦ୍ଦନ ପାହାଡ଼ସ୍ଥିତ ହରିଶଙ୍କର ଠାରେ ବରଗଡ଼,ବାଲାଙ୍ଗୀର,ସମ୍ବଲପୁର, ଝାରସୁଗୁଡା,କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲାର ଶହଶହ ଲୋକ ଏକାଠି ହୋଇଛନ୍ତି ଓ ପ୍ରକୃତିର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି । ପାହାଡ଼ ତଳି ଅଞ୍ଚଳକୁ ଘରୋଇ କମ୍ପାନୀ ତରଫରୁ ଜମି କିଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିକାଶ ଧାରାରେ କର୍ପୋରେଟ ସ୍ୱାର୍ଥରେ ନେତା ମନ୍ତ୍ରୀ ବ୍ୟସ୍ତ ରହୁଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା।
ସୂଚନାଥାଉକି, ଗନ୍ଧମାର୍ଦ୍ଦନ ପାହାଡ଼ରେ ଲକ୍ଷ ଲକ୍ଷ ଟନ୍ ବକ୍ସାଇଟ ଗଚ୍ଛିତ। ପାହାଡ଼ର ଚତୁଃପାର୍ଶ୍ୱରେ ଏକ ଲକ୍ଷ ପରିବାର ପାହାଡ ଉପରେ ବର୍ଷ ସାରା ନିର୍ଭର କରି ନିଜର ଜୀବନ ଜୀବିକା ଚଳାଇଥାନ୍ତି। ସୁସ୍ଥ ଜଳବାୟୁ ଯୋଗୁଁ ପ୍ରତିଦିନ ତୀର୍ଥଯାତ୍ରୀମାନେ ହରିଶଙ୍କର ଏବଂ ନୃସିଂହନାଥରେ ଭିଡ଼ ଦେଖିବାକୁ ମିଳିଥାଏ।
ଏହି ଅବସରରେ ଜିନ୍ଦାବାଦ ସଂଗଠନର ଆବାହକ ତ୍ରିଲୋଚନ ପୁଞ୍ଜିଙ୍କ ନେତୃତ୍ୱରେ ପରିବେଶବିତ ପ୍ରଫୁଲ୍ଲ ସମନ୍ତରାୟ, ପଶ୍ଚିମ ଓଡିଶା କୃଷକ ସଂଗଠନ ତରଫରୁ ଲିଙ୍ଗରାଜ, ସରୋଜ, କିଶୋର, ଝାରସୁଗୁଡା ଜିଲ୍ଲାରୁ ଅନନ୍ତ, ନୂଆପଡା ଜିଲାରୁ ଫନିନ୍ଦମ ସିଂଦେଓ, ତ୍ରିଲୋଚନ ବର୍ମା, ସାହାରା ପାୱାର ପ୍ଲାଣ୍ଟ ବିରୋଧି ମଞ୍ଚ ର ବାଳକୃଷ୍ଣ ସାଣ୍ଢ ସହ ଲୋକ ସୁକତେଲ, ଅପର ଲାନ୍ତ ବୁଡି ଅଞ୍ଚଳର ବରିଷ୍ଠ ଆନ୍ଦୋଳନକାରୀମାନେ ସରକାର ଖଣି ଖାଦାନ ନାଁରେ ଜନତାଙ୍କୁ ନିଜ ଭିଟା ମାଟିରୁ ବିସ୍ଥାପିତ କରି ଦରିଦ୍ର କରୁଥିବା ଉପରେ ନିଜର ମତାମତ ଦେଇଥିଲେ।
ସୂଚନାଥାଉକି, ୨୦୨୪ରେ ଗନ୍ଧମାର୍ଦ୍ଦନ ପାଦଦେଶର ବିଭିନ୍ନ ଗାଁରେ ଆଦାନୀ ସୁନ୍ଦରଗଡ଼ ଜିଲ୍ଲାର କୋଇଲା ଖଣି ଜନିତ ଜଙ୍ଗଲ ବିନାଶର ଭରଣା ପାଇଁ ଶହ ଶହ ଏକର ଜମି କିଣିବା, ବରଗଡ଼, ରାୟପୁର ରେଲ୍ ଲାଇନ୍ ଅନୁମତି ଓ କାର୍ଯ୍ୟ ତ୍ବରାନିତ ହେବା ଏବଂ ୟୁଏଇର ଏକ କମ୍ପାନି ସହ ଆଦାନୀ ଓଡ଼ିଶାରେ ଏବଂ ଆଲୁମିନିୟମ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା। ଏହି କେତକ ଘଟଣାବଳୀ କାରଣରୁ ଗନ୍ଧମାର୍ଦ୍ଦନରେ ଖଣିଖନନ୍ ପାଇଁ ଆଦାନୀର ମସୁଧାକୁ ନେଇ ଆଶଙ୍କା ଘନୀଭୂତ ହେବାରେ ଲାଗିଛି।
ସ୍ଥାନୀୟ ଅଞ୍ଚଳବାସୀ ଗନ୍ଧମାର୍ଦ୍ଦନକୁ ଆଦାନୀ ପାଖେ ବିକିଥିବା ବୁଝାମଣାକୁ ରଦ୍ଦ କରିବାକୁ କହିଛନ୍ତି । ନଚେତ୍ ଆଗକୁ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି।
