ଛତ୍ରପୁର:ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ ନେଇ ଅଭିଯୋଗ ହୋଇଛି ।ଏହି ଘଟଣାରେ ଜଣଙ୍କୁ ଉଠାଇ ନେଇଛି
ଛତ୍ରପୁର ଥାନା ପୋଲିସ ।
ଆଜି ଅପରାହ୍ନରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ସତ୍ୟଜିତ ପଣ୍ଡା ନିଜେ ପ୍ରକୋଷ୍ଠରେ ରୋଗୀ ଚିକିତ୍ସା କରିଥିବା ବେଳେ ଜଣେ ବ୍ୟକ୍ତି ହଠାତ୍ ସେଠାରେ ପହଂଚି ଡାକ୍ତରଙ୍କୁ ଗାଳି ଗୁଲଜ କରିବା ସହିତ ଦୁର୍ବ୍ୟବହାର ଏବଂ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ । ସେହିପରି ଜଣେ ମହିଳା ସୁରକ୍ଷା କର୍ମୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।
ଏନେଇ ମେଡିକାଲ କର୍ତ୍ତୃପକ୍ଷ ଛତ୍ରପୁର ଥାନାକୁ ଜଣାଇଥିଲେ । ପରେ ଛତ୍ରପୁର ଥାନା ପୋଲିସ ଅଭିଯୁକ୍ତକୁ ଥାନାକୁ ଉଠାଇ ନେଇଛି ।
ଏପରି ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଡାକ୍ତରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ଦୋଷୀଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
