ମୁମ୍ବାଇ: ୩ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବ୍ରିଟେନ୍ସ ପ୍ରିନ୍ସ ଉଇଲିଅମ୍ସ ଓ ପ୍ରିନ୍ସେସ୍ କେଟ୍ ମିଡଲଟନ୍ । ସୋମବାର ମୁମ୍ବାଇରେ ପହଂଚିବା ପରେ ତାଙ୍କୁ ପାରମ୍ପରିକ ବାଦ୍ୟ ଢୋଲ ତାସାର ତାଳେ ତାଳେ ଭବ୍ୟ ସ୍ୱାଗତ ସମ୍ବର୍ନ୍ଧନା ଦିଆଯାଇଛି । ପ୍ରଥମ ଦିନରେ ତାଙ୍କ ସହ ସକାଳର ମୁହୂର୍ତ୍ତ ବିତାଇଥିଲେ କ୍ରିକେଟ୍ କିମ୍ବଦନ୍ତୀ ସଚୀନ ତେନ୍ଦୁଲକର । ଏହି ରାଜକୀୟ ଦମ୍ପତିଙ୍କୁ ସ୍ୱାଗତ କରିଥିଲେ ନିଜେ ସଚିନ ତେନ୍ଦୁଲକର । ଏବଂ ଏହି ସମୟରେ ମୁମ୍ବାଇର ପ୍ରସିଦ୍ଧ କୁଲ୍ହଡ ଚା’ର ମଜା ନେଇଥିଲେ ଦମ୍ପତ୍ତି । ଆଉ ତାଙ୍କ ସାଥ୍ ଦେଇଥିଲେ ସଚୀନ । ମୁମ୍ବାଇରେ ଉଭୟଙ୍କ ରାଜକୀୟ ସକାଳର ପ୍ରଥମ ଦିନରେ ସଚିନଙ୍କ ସହ ହୋଇଥିଲା ଏକ ଗଲି କ୍ରିକେଟ୍ ମ୍ୟାଚ୍ ।

ଏନ ମୋରାର୍ଜି ରୋଡ୍ରେ କ୍ରିକେଟ୍ ଖେଳାଯାଇଥିବା ବେଳେ ଛୋଟ ପିଲାଙ୍କ ସହ ଖେଳି ଖୁବ୍ ଖୁସି ନଜର ଆସିଥିଲେ ଉଭୟ । କିଛି ସମୟ ପାଇଁ ସେହି ରାସ୍ତା ହୋଇ ଯାଇଥିଲା ଜନସମୁଦ୍ର । ଉଭୟ ଦମ୍ପତ୍ତି ବ୍ୟାଟିଂ କରୁଥିବାର ନଜର ଆସିଛନ୍ତି । ନିଜେ ସଚିନ ତାଙ୍କୁ ଚିୟର କରିବା ସହ ଉଇକେଟ୍ କିପିଂ ମଧ୍ୟ କରିଥିଲେ । ଖେଳରେ ସାମିଲ ହୋଇଥିବା ଛୋଟ ପିଲାଙ୍କ ସହ କଥା ହୋଇଥିଲେ ଏବଂ ସ୍ଥାନୀୟ ମ୍ୟୁଜିକସିଆନଙ୍କ ସହ କଥା ହୋଇଥିଲେ ଦମ୍ପତ୍ତି । ମଙ୍ଗଳବାର ମୁମ୍ବାଇରେ ହେବାକୁ ଥିବା ‘ଆର୍ଥସଟ ପୁରସ୍କାର’ ପ୍ରଦାନ ଉତ୍ସବରେ ଯୋଗଦେବେ ଏହି ରାଜକୀୟ ଦମ୍ପତ୍ତି । ଏହି ୩ଦିନିଆ ଗସ୍ତ ବେଳେ ମୁମ୍ବାଇ ମେଟ୍ରୋରେ ଯାତ୍ରା କରିବେ, ବଲିଉଡର ଲୋକପ୍ରୀୟ ତାରକାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ୨୦୨୪ରେ କେଟ୍ଙ୍କର କର୍କଟ ରୋଗର ଚିକିତ୍ସା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ । ୨୦୧୬ରେ ଭାରତ ଆସିଥିବା ବେଳେ ମୋଦିଙ୍କୁ ଭେଟିଥିଲେ ଉଭୟ ।
