ଭୁବନେଶ୍ୱର: ବାସହୀନଙ୍କ ଲାଗି ଓଡ଼ିଶା ସରକାର ବିଜୁ ପକ୍କାଘର ଯୋଜନା ସାମିଲ କରିଛନ୍ତି । ଏହି ଯୋଜନାରେ ଅନ୍ତର୍ଭୃକ୍ତ ହୋଇଥିବା ହିତାଧିକାରୀମାନେ ପକ୍କାଘର ପାଇପାରିବେ ।
ପୂର୍ବରୁ ଏହା ୧୬ତାରିଖ ଭାବେ ଧାର୍ଯ୍ୟ ହୋଇଥିଲା । ତେବେ ଆବେଦନ ଲାଗି ତାରିଖ ବୃଦ୍ଧି ପାଇଥିବାରୁ ଯେଉଁ ହୀତାଧିକାରୀମାନେ ଆବେଦନ କରିପାରିନାହାଁନ୍ତି କିମ୍ବା ସଂଶୋଧନ କରିବାକୁ ଚାହାଁନ୍ତି ତେବେ ସେମାନେ ସହଜରେ କରିପାରିବେ ।
ଏନେଇ ପଞ୍ଜାୟତରାଜ ବିଭାଗ ପକ୍ଷରୁ କହୁଯାଇଛି । ପ୍ରତ୍ୟେକ ପଞ୍ଚାୟତରେ ବାକ୍ସ ରହିବ ଯେଉଁଠି ଅଭିଯୋଗ ଦାଖଲ କରାଯିବ ।
ହୀତାଧିକାରୀଙ୍କ ସୁବିଧା ଲାଗି ସବୁ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।