Latest Odisha News

BREAKING NEWS

ମଦ ନିଶା ଛଡ଼ାଇବା ନାଁରେ ଦିଆଗଲା ‘ହର୍ବାଲ୍ ପାନୀୟ’; ମଧ୍ୟପ୍ରଦେଶରେ ୨ ମୃତ, ୫ ଗୁରୁତର, ୩ ଗିରଫ

ଭୋପାଳ: ମଦ ନିଶା ଛଡ଼ାଇବା ପାଇଁ ଦିଆଯାଇଥିବା ଏକ ତଥାକଥିତ ‘ହର୍ବାଲ୍ ପାନୀୟ’ ପିଇ ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ଘଟଣାରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅସୁସ୍ଥ ୫ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ରାଜଧାନୀ ଭୋପାଳକୁ ସ୍ଥାନାନ୍ତର କରାଯାଇଛି।

ମୃତକମାନେ ହେଲେ ଆଠନେର ଅନ୍ତର୍ଗତ ଦେବଗୁନ ଗ୍ରାମର ୩୫ ବର୍ଷୀୟ ରାମକିଶୋର ଏବଂ ଇମଲି ଖେଡ଼ାର ମହାରାଜପୁର ନିବାସୀ ୨୨ ବର୍ଷୀୟ ସଞ୍ଜୟ। ଅସୁସ୍ଥ ହୋଇଥିବା ଅନ୍ୟ ୫ ଜଣ (ବୟସ ୧୭ରୁ ୫୦ ବର୍ଷ ମଧ୍ୟରେ) ହେଲେ ରାମଦାସ, ସହଦେବ, ମୋହନ, ରାକେଶ ଓ ବିଜୟ।

ମିଳିଥିବା ସୂଚନା ଅନୁଯାୟୀ, ପାଥାଖେଡ଼ା ଅଞ୍ଚଳର ‘ରାଜା କି ବୈଠକ’ ଗ୍ରାମରେ ଜଣେ ଗୁଣିଆ ବା ତାନ୍ତ୍ରିକ ମାତ୍ର ୨୧ ଦିନରେ ମଦ ନିଶା ଛଡ଼ାଇ ଦେଉଥିବା ନେଇ ପ୍ରଚାର ହୋଇଥିଲା। ସେଠାରେ ପ୍ରାୟ ୪୦୦ରୁ ୫୦୦ ଲୋକ ଏକାଠି ହୋଇଥିଲେ। ପୂଜାର୍ଚ୍ଚନା ପରେ ଉପସ୍ଥିତ ଲୋକଙ୍କୁ ୧୦୦ ଟଙ୍କା ଲେଖାଏଁ ନିଆଯାଇ ଏକ ଲାଲ୍ ରଙ୍ଗର ପିତା ତରଳ ପଦାର୍ଥ ପିଇବାକୁ ଦିଆଯାଇଥିଲା। ଏହାକୁ ପିଇବାର ଅଧଘଣ୍ଟା ପରେ ଲୋକଙ୍କ ପେଟରେ ପ୍ରବଳ ଜଳାପୋଡ଼ା ହେବା ସହ ମୁଣ୍ଡ ବୁଲାଇଥିଲା ଏବଂ ବାନ୍ତି ଆରମ୍ଭ ହୋଇଥିଲା। ଘରକୁ ଫେରିବା ବାଟରେ ସଞ୍ଜୟ ଛଟପଟ ହୋଇ ପ୍ରାଣ ହରାଇଥିଲେ।

ଅସୁସ୍ଥମାନଙ୍କୁ ପ୍ରଥମେ ଚିଚୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଦୁଇ ଜଣଙ୍କୁ ଭୋପାଳ ପଠାଯାଇଛି। ବେତୁଲ ଏସପି ଅମିତ ସକ୍ସେନା କହିଛନ୍ତି ଯେ, ଏହି ଘଟଣାରେ ଭଗତ ରମେଶ ଉଇକେ, ଓଝା ପରତେ ଏବଂ ଶରଦ କାୱଡେଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର (ଧାରା ୧୦୫, ୨୮୬ ଓ ୩(୫) ଅନୁଯାୟୀ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହି


ଛି।

Leave A Reply

Your email address will not be published.