Latest Odisha News

BREAKING NEWS

ପ୍ରାରମ୍ଭିକ ୧୬ ଟେଷ୍ଟରେ ସର୍ବାଧିକ ବିଜୟ ସହ ରେକର୍ଡ କଲେ ବାଭୁମା

ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୯ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରି ୨ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ ଅଗ୍ରଣୀ ହାସଲ କରିଛି । ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ଅଧିନାୟକ ଭାବେ ନିଜ ପ୍ରାରମ୍ଭିକ ୧୬ଟି ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ (୧୪ଟି) ବିଜୟ ହାସଲ କରି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଲିଣ୍ଡସେ ହାସାଟ୍‌ଙ୍କ ରେକର୍ଡ (୧୩ ବିଜୟ) ଭାଙ୍ଗି ଇତିହାସ ରଚିଛନ୍ତି । ପଞ୍ଚମ ଦିନରେ ୧୦୦/୫ ସ୍କୋରରୁ ଖେଳ ଆରମ୍ଭ କରିଥିବା ବାଂଲାଦେଶ ଦଳ ଅଫ୍ ସ୍ପିନର ସାଇମନ ହାର୍ମରଙ୍କ ବୋଲିଂ ଆଗରେ ତିଷ୍ଠି ପାରିନଥିଲା । ହାର୍ମର ଶେଷ ୫ଟି ୱିକେଟ୍ ମଧ୍ୟରୁ ୪ଟି ନେଇ ବାଂଲାଦେଶକୁ ୧୬୮ ରନରେ ଅଲ୍‌ଆଉଟ୍ କରିଥିଲେ ।

ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୨ ରନ୍‌ର ଲକ୍ଷ୍ୟ ମିଳିଥିଲା । ପ୍ରଥମ ଓଭରର ଦ୍ୱିତୀୟ ବଲ୍‌ରେ ଶତକୀୟ ପାଳି ଖେଳିଥିବା ମାର୍କସ୍ ଏକରମ୍ୟାନ୍ (୦) ଆଉଟ୍ ହୋଇଥିଲେ ମଧ୍ୟ ଏଡେନ୍ ମାର୍କ୍ରମ (ଅପରାଜିତ ୮ ରନ୍) ଦଳକୁ ଲଞ୍ଚ୍ ପୂର୍ବରୁ ୧ ୱିକେଟ୍ ହରାଇ ୧୨ ରନ୍ ସହ ବିଜୟୀ କରାଇଥିଲେ ।  ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିବା କାଗିସୋ ରବାଡା (୫/୭୦ ଓ ୩/୪୮ ୱିକେଟ୍ ସହ ୭୨ ରନ୍) ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।

Leave A Reply

Your email address will not be published.