Latest Odisha News

BREAKING NEWS

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ:୩ ଜଣ ଡାକ୍ତର ନିଲମ୍ବିତ

ଭୁବନେଶ୍ବର:ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୩ ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ଡାକ୍ତରମାନେ ହେଲେ ଖୋର୍ଦ୍ଧାଜିଲ୍ଲା ସିଏଚ୍‌ସି ଗମ୍ଭାରୀମୁଣ୍ଡା ମେଡିକାଲ ଅଫିସର ଡା ପ୍ରଭାକର ବେହେରା, ଗଞ୍ଜାମ ଜିଲ୍ଲା ଗାଜଲବାଡ଼ି ପିଏଚ୍‌ସିର ମେଡିକାଲ୍‌ ଅଫିସର ଡା. ତମନ୍ନା ପ୍ରିୟଦର୍ଶିନୀ ଏବଂ ଗଞ୍ଜାମ ଜିଲ୍ଲା ଆସିକା ଏସ୍‌ଡିଏଚ୍‌ର ମେଡିକାଲ୍‌ ଅଫିସର ଡା ସୁପ୍ରକାଶ ଦାସ।

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୩ ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି ।

ସମ୍ପୃକ୍ତ ଡାକ୍ତରମାନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ବିଚାରାଧୀନ ଥିବାରୁ ଓଡ଼ିଶା ସିଭିଲ ସର୍ଭିସେସ୍ (ସିସିଏ) ନିୟମାବଳୀ, ୧୯୬୨ର ନିୟମ-୧୨ ଅନୁଯାୟୀ ସେମାନଙ୍କୁ ନିଲମ୍ବନ କରାଯାଇଛି।

ସୂଚନାନୁସାରେ, ଡା ବେହେରା ସରକାରୀ କର୍ମଚାରୀଙ୍କ ପାଇଁ ଥିବା ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ନିଲମ୍ବିତ ହୋଇଛନ୍ତି । ସେ ସାମାଜିକ ଗଣମାଧ୍ୟମରେ ଅନଧିକୃତ ମନ୍ତବ୍ୟ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଲେଖିଥିବାରୁ ବିଭାଗ ତାଙ୍କ ବିରୋଧରେ ପଦକ୍ଷେପ ନେଇଛି । ସେହିପରି ଡା ତମନ୍ନା, ଡା.ଦାସ ବାତ୍ୟା “ଅର୍ଣ୍ଣବ ” ବେଳେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତବେଳେ ସେମାନେ ଅନଧିକୃତ ଭାବେ ଅନୁପସ୍ଥିତ ଥିଲେ । ସେମାନଙ୍କୁ ନିଲମ୍ବନ କରାଯାଇଥିବା ସରକାରୀ ଚିଠିରୁ ଜଣାଯାଇଛି।

ନିଲମ୍ବନ ଅବଧିରେ ଡା. ପ୍ରଭାକର ବେହେରାଙ୍କ ମୁଖ୍ୟାଳୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଖୋର୍ଦ୍ଧା ଏବଂ ଡା. ତମନ୍ନା ପ୍ରିୟଦର୍ଶିନୀ ଓ ଡା. ସୁପ୍ରକାଶ ଦାସଙ୍କ ମୁଖ୍ୟାଳୟ ସିଟି ହସ୍ପିଟାଲ, ବ୍ରହ୍ମପୁର ରହିବ। କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ସେମାନେ ନିଜ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ।

Leave A Reply

Your email address will not be published.