Latest Odisha News

BREAKING NEWS

ବେଆଇନ କଫ ସିରଫ ଓ ଅସ୍ତ୍ରଶସ୍ତ୍ର କାରବାର ଘଟଣାର ପର୍ଦ୍ଦାଫାଶ; ୧୧ ଲକ୍ଷ ଟଙ୍କା ସହ ବନ୍ଧୁକ,ଜୀବନ୍ତ ଗୁଳି ଜବତ

ରାଉରକେଲା:ରାଉରକେଲାର ପ୍ଲାଣ୍ଟ ସାଇଡ ପୋଲିସ ପଞ୍ଝାରେ ଧରାପଡ଼ିଲା ଅନ୍ତଃରାଜ୍ୟ କଫ ସିରଫ ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାରର ବଡ଼ ମାଫିଆ ଗ୍ୟାଙ୍ଗ । ଚେକିଂ ବେଳେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଧରିଛି । ୨ ଅଭିଯୁକ୍ତ ହେଲେ ରାଜଗାଙ୍ଗପୁରର ମହମ୍ମଦ ସଦ୍ଦାମ ଏବଂ ସମ୍ବଲପୁରର ତ୍ରିବିକ୍ରମ ସୁନା ।

ଅଭିଯୁକ୍ତଙ୍କ ନିକଟରୁ ନଗଦ ୧୧ ଲକ୍ଷ ୬୩ ହଜାର ଟଙ୍କା ନଗଦ, ୨ଟି ଦେଶୀ ପିସ୍ତଲ, ୨ ରାଉଣ୍ଡ ଜୀବନ୍ତ ଗୁଳି, ୩ଟି ମୋବାଇଲ ଫୋନ, ଏକ ମାରୁତି ବ୍ରେଜା କାର (OD-14AA-0279) ଏବଂ କଫ ସିରଫ କାରବାର ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ।

ଗତ ୪ ମାସ ଧରି ଏହି ରାକେଟର କିଙ୍ଗପିନ୍ ମହମ୍ମଦ ସଦ୍ଦାମ ରାଜ୍ୟ ବାହାରୁ ବିଭିନ୍ନ ଟ୍ରାନ୍ସପୋର୍ଟ ଏଜେନ୍ସି ଜରିଆରେ ୫୦ ହଜାରରୁ ଅଧିକ ବୋତଲ ନିଶାଯୁକ୍ତ କଫ ସିରଫ (WINCEREX) ଆଣି ନକଲି କାଗଜପତ୍ର ବଳରେ ଝାରସୁଗୁଡ଼ା, ସମ୍ବଲପୁର ଏବଂ ବରଗଡ଼ ଅଞ୍ଚଳରେ ବିକ୍ରି କରୁଥିଲା । ଏହି ବେଆଇନ କଫ ସିରଫ ବିକ୍ରିରୁ ମିଳୁଥିବା ଟଙ୍କାରେ ଅଭିଯୁକ୍ତ ବିହାରରୁ ବନ୍ଧୁକ କିଣି ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଆଖପାଖ ଜିଲ୍ଲାରେ ଚୋରା ଚାଲାଣ କରୁଥିଲେ ।

ଏହି କାରବାରରେ ଆଉ କିଏ ସାମିଲ ଅଛନ୍ତି ଏବଂ ଅସ୍ତ୍ରଶସ୍ତ୍ରର ଉତ୍ସ ନେଇ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.