Latest Odisha News

BREAKING NEWS

Cyclone Akvan; ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା, ଭୋଗରାଇରେ ସର୍ବାଧିକ ୧୪୩ ମିଲିମିଟର ବର୍ଷା…

ଭୁବନେଶ୍ୱର: ବାତ୍ୟା ‘ଅକୱାନ’ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଏହି ବାତ୍ୟାଟି ବର୍ତ୍ତମାନ ଦୁର୍ବଳ ହୋଇ ଏକ ‘ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର’ରେ ପରିଣତ ହୋଇଛି।

ଭାରତୀୟ ପାଣିପାଗ ବିଭାଗ (IMD) ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଶନିବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ରାଜ୍ୟର ସର୍ବାଧିକ ୧୪୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ରାଜ୍ୟର ଗୋଟିଏ ସ୍ଥାନରେ ଅତି ପ୍ରବଳ ବର୍ଷା ଏବଂ ୧୩ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।

ସେହିପରି ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ୧୦୮.୬ ମିଲିମିଟର ଏବଂ ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରେ ୧୦୨.୦ ମିଲିମିଟର ବର୍ଷା ହୋଇଛି। ଅନ୍ୟାନ୍ୟ ପ୍ରମୁଖ ସ୍ଥାନ ଗୁଡ଼ିକ ମଧ୍ୟରେ ଗଞ୍ଜାମର ଜଗନ୍ନାଥ ପ୍ରସାଦରେ ୮୪.୬ ମିଲିମିଟର, ବାଲେଶ୍ୱରର ଜଳେଶ୍ୱରରେ ୭୬.୦ ମିଲିମିଟର ଏବଂ ଯାଜପୁର ବରିରେ ୭୫.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଭଲ ବର୍ଷା ହୋଇଛି। ତଦନୁସାରେ ମହାକାଳପଡ଼ାରେ ୭୨.୦ ମିଲିମିଟର, କେନ୍ଦ୍ରାପଡ଼ା (PTO) ରେ ୭୧.୦ ମିଲିମିଟର ଏବଂ ରାଜନଗରରେ ୭୦.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲିରେ ୭୧.୦ ମିଲିମିଟର, ସାଲେପୁରରେ ୬୯.୦ ମିଲିମିଟର ଏବଂ ବାଙ୍କୀରେ ୬୬.୦ ମିଲିମିଟର ବର୍ଷା ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାର ବିରିଡ଼ିରେ ୬୯.୦ ମିଲିମିଟର ଏବଂ ପାରାଦୀପରେ ୬୭.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

 

Leave A Reply

Your email address will not be published.