Latest Odisha News

BREAKING NEWS

Anti-Odisha Activities:କୋଟିଆରେ ପୋଲିସ କାର୍ଯ୍ୟରେ ବାଧା ସୃଷ୍ଟି ଓ ରାସ୍ତା ଅବରୋଧ ଅଭିଯୋଗ:୨ ଗିରଫ

କୋରାପୁଟ:କୋଟିଆରେ ଆନ୍ଧ୍ର ଏଜେଣ୍ଟଙ୍କ ଉପରେ କଡ଼ା ଆକ୍ସନ। କୋଟିଆରେ ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ପୋଲିସର କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି । କୋଟିଆ ଅଞ୍ଚଳରେ ଓଡ଼ିଶା ବିରୋଧୀ କାର୍ଯ୍ୟକଳାପ ଅଭିଯୋଗକୁ ନେଇ କୋରାପୁଟ ପୋଲିସ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି । କୋଟିଆ ସୀମାନ୍ତ ଅଞ୍ଚଳରେ ପୁଲିସ କାର୍ଯ୍ୟରେ ବାଧା ସୃଷ୍ଟି, ରାସ୍ତା ଅବରୋଧ ଏବଂ ପୋଲିସ କ୍ୟାମ୍ପ ଭଙ୍ଗା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି କୋଟିଆ ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ଫଗୁଣସିନେରୀ ଗ୍ରାମର ବିସୁ ପାଙ୍ଗୀ ଓ ଲିବ୍ରି ହରେକା। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଶୁକ୍ରବାର ସକାଳ ସାଢ଼େ ୫ଟାରେ ଉଭୟଙ୍କୁ ଗିରଫ କରାଯାଇଥିବା କୋରାପୁଟ ଅତିରିକ୍ତ ଏସ୍‌ପି ମନୋଜ ପୂଜାରୀ ସୂଚନା ଦେଇଛନ୍ତି।

ସୁନାବେଡ଼ା ଏସ୍‌ଡିପିଓ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ପୂଜାରୀ କହିଛନ୍ତି ଯେ, ଗତ ନଭେମ୍ବର ୪ ତାରିଖରେ ନିର୍ବାଚନ ପୂର୍ବ ପ୍ରସ୍ତୁତିକୁ ନେଇ ଫାଟୁସେନେରୀ ଅଞ୍ଚଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ଓ ନାକା ଯାଞ୍ଚ ଚାଲିଥିଲା। ଏହି ସମୟରେ କିଛି ସ୍ଥାନୀୟ ଲୋକ ମାଡ଼କର ଓ ଡୋଲିଆମ୍ବା ଗ୍ରାମ ନିକଟରେ ରାସ୍ତା ଉପରେ ଗଛ ଗଣ୍ଡି ପକାଇ ଯାତାୟତରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ କ୍ୟାମ୍ପ ଭାଙ୍ଗିବା, ଟେଣ୍ଟ ଉପାଡ଼ିବା ଏବଂ ଓଡ଼ିଶା ସରକାରଙ୍କ ସାଇନ୍‌ବୋର୍ଡ ନଷ୍ଟ କରିବା ଭଳି ଘଟଣା ଘଟିଥିବା ପୋଲିସ ଅଭିଯୋଗ କରିଛି। ଏହି ଘଟଣାର ତଦନ୍ତ କରିବା ସହ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ବିସୁ ପାଙ୍ଗୀ ଓ ଲିବ୍ରି ହରେକାଙ୍କୁ ଗିରଫ କରାଯାଇଛି।

 

Leave A Reply

Your email address will not be published.