Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଚାଲିଛି ନକଲି ଗୁମାସ୍ତାଙ୍କ ରାଜ୍: ମହାପ୍ରଭୁଙ୍କ ଦର୍ଶନ କରାଇବା ନାଁରେ ଭକ୍ତଙ୍କୁ ଲୁଟ୍, ୫ ଗିରଫ

ପୁରୀ: ଶ୍ରୀମନ୍ଦିର ନିକଟରୁ ପୁଣି ଧରାପଡିଲେ ନକଲି ଗୁମାସ୍ତା। ମହାପ୍ରଭୁଙ୍କ ଦର୍ଶନ କରାଇବା ନାଁରେ ଭକ୍ତଙ୍କୁ ଲୁଟ୍ କରୁଥିଲେ। ଏହି ଅଭିଯୋଗରେ ୫ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ସିଂହଦ୍ଵାର ଥାନା ପୋଲିସ। ଗିରଫ ୫ ନକଲି ଗୁମାସ୍ତା ହେଉଛନ୍ତି ପୁରୀ ସଦର ଥାନା ପିଳିପିଳା ଗ୍ରାମର ଲକ୍ଷ୍ମୀଧର ପରିଡ଼ା, ହାଡଗୋଡିଆ ସାହିର ବିଶ୍ବରଂଜନ ନାୟକ, ଗୋରୁଆଳ ଗ୍ରାମର ଭଗବାନ ସାହୁ, ଲୋକନାଥ ରୋଡ଼ର ମଧୂସୁଦନ ମିଶ୍ର ଏବଂ ଜଗତସିଂହପୁର ଜିଲ୍ଲାର ରୁଦ୍ର ପ୍ରତାପ ଷଡ଼ଙ୍ଗୀ।

ରବିବାର ମହାପ୍ରଭୁଙ୍କ ଦର୍ଶନରେ ଶ୍ରୀମନ୍ଦିର ଆସିଥିବା ପ୍ରବାସୀ ଭାରତୀୟଙ୍କୁ ଦର୍ଶନ ନାଁରେ ୧୩ ହଜାର ଟଙ୍କା ଠକେଇ କରିଥିଲା ବିଶ୍ବରଞ୍ଜନ। ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କୁ ଟାର୍ଗେଟ୍ କରି ଦର୍ଶନ ନାଁରେ ଟଙ୍କା ଆଦାୟ କରୁଥିବା ନକଲି ଗୁମାସ୍ତାଙ୍କ ବିରୋଧରେ ଆଗକୁ ମଧ୍ୟ ଚଢ଼ାଉ ଜାରି ରହିବ। ଏନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ ପି ପ୍ରତୀକ ସିଂ। ଏଥିସହ ଏଭଳି ଠକେଇର ଶିକାର ନହେବାକୁ ଶ୍ରଦ୍ଧାଳୁଙ୍କୁ ସେ ସଚେତନ କରାଇଛନ୍ତି।

ତେବେ ଗତକିଛି ଦିନ ହେବ ଶ୍ରୀମନ୍ଦିର ବାହାରେ ପୁଣି ସକ୍ରିୟ ହେବାରେ ଲାଗିଛନ୍ତି ନକଲି ଗୁମାସ୍ତା। ବଡ଼ଦାଣ୍ଡ, ମାର୍କେଟ ଛକ, ସିଂହଦ୍ୱାର ନିକଟରେ ଭକ୍ତଙ୍କୁ ଟାର୍ଗେଟ କରୁଛନ୍ତି। ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି। ସହଜରେ ଦର୍ଶନ କରାଇ ଦେବେ କହି ଟଙ୍କା ଠକି ନେଉଛନ୍ତି। ଏନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ସିସିଟିଭି ଫୁଟେଜ୍ ଯାଞ୍ଚ ସହ ସାଦା ପୋଷାକରେ ପୋଲିସ ନଜର ରଖିଥିଲା। ଫଳରେ ବିଶ୍ୱରଞ୍ଜନ ନାୟକ ସମେତ ମୋଟ ୫ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.