ମୁମ୍ବାଇ: ଲୋକପ୍ରିୟ ଗାୟକ ଏବଂ ଅଭିନେତା ଦିଲଜିତ୍ ଦୋସାଞ୍ଜଙ୍କ କନସର୍ଟକୁ ପୁଣି ବୋମା ଧମକ । ତାଙ୍କର ଏକ ଲାଇଭ୍ ଶୋ’କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏହି ଧମକ ଇମେଲ ମାଧ୍ୟମରେ ମିଳିଛି । ଇମେଲରେ କେବଳ ବୋମା ବିସ୍ଫୋରଣର ଚେତାବନୀ ଦିଆଯାଇ ନାହିଁ, ବରଂ ଖଲିସ୍ତାନ ଜିନ୍ଦାବାଦ ନାରା ମଧ୍ୟ ଲେଖାଯାଇଛି ।
ଏହି ଧମକପୂର୍ଣ୍ଣ ଇ-ମେଲଟି ଧାରୱାଡ଼ ପୋଲିସ କମିଶନରଙ୍କ ନିକଟକୁ ପଠାଯାଇଛି । ଏଥିରେ ନଭେମ୍ବର ୨୯ ତାରିଖରେ ବେଙ୍ଗାଲୁରୁର ମାଦାୱାରାସ୍ଥିତ ନାଇସ୍ ରୋଡ୍ ଗ୍ରାଉଣ୍ଡରେ ହେବାକୁ ଥିବା ଦିଲଜିତଙ୍କ କନସର୍ଟକୁ ଟାର୍ଗେଟ କରାଯିବ ବୋଲି କୁହାଯାଇଛି ।
ଇ-ମେଲରେ ‘ଖଲିସ୍ତାନ ଜିନ୍ଦାବାଦ୍’ ସ୍ଲୋଗାନ ମଧ୍ୟ ବ୍ୟବହାର କରାଯାଇଛି । ଏଥିସହ କନ୍ସର୍ଟ ସମୟରେ ଆଇଇଡି ବିସ୍ଫୋରଣ କରିବାକୁ ଧମକ ଦିଆଯାଇଛି।ଏଥିରେ କନସର୍ଟ ଚାଲିଥିବା ସମୟରେ I ED ବିସ୍ଫୋରଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହାପରେ ସମସ୍ତ ସୁରକ୍ଷା ଏଜେନ୍ସୀ ସତର୍କ ହୋଇଯାଇଛନ୍ତି ।
କନସର୍ଟକୁ ଆସୁଥିବା ଲୋକଙ୍କ ପାଇଁ ଅନେକ ଚେତାବନୀ ମଧ୍ୟ ଦିଆଯାଇଛି । ଦର୍ଶକମାନେ ନିଜ ପିଲାମାନଙ୍କୁ କାର୍ଯ୍ୟକ୍ରମକୁ ସାଙ୍ଗରେ ନଆଣିବାକୁ କୁହାଯାଇଛି । ଖାଲି ସେତିକି ନୁହଁ ଆଇଫୋନରୁ ଆସୁଥିବା କଲର ଉତ୍ତର ନଦେବା ଏବଂ ମେଟ୍ରୋରେ ଯାତ୍ରା ନକରିବାକୁ ମଧ୍ୟ ଚେତାବନୀ ଦିଆଯାଇଛି । ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।
