Latest Odisha News

BREAKING NEWS

ପୁରୀ ଯୁବତୀଙ୍କୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ କେନିଆ ନାଗରିକ ଗିରଫ

ଭୁବନେଶ୍ୱର: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁରୀ ପୋଲିସ ୩୪ ବର୍ଷୀୟ କେନିଆ ନାଗରିକ ମହମ୍ମଦ ଫୈଜ୍ (Mohammad Faiz)ଙ୍କୁ ଭୁବନେଶ୍ୱରର ଜାଗମରା ଅଞ୍ଚଳରୁ ଗିରଫ କରିଛି। ପୋଲିସ ଚଢ଼ାଉ କରି ଭୁବନେଶ୍ୱରର ଏକ ଘରୋଇ ହୋଟେଲରୁ ପୀଡ଼ିତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି।

ପୁରୀ ଏସ୍.ପି. (SP) ପ୍ରତୀକ ସିଂହଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ମହମ୍ମଦ ଫୈଜ୍ ସେପ୍ଟେମ୍ବର ୨୦୨୫ରେ ଏକ ଅନଲାଇନ୍ କ୍ୟାରମ୍ ଗେମ୍ ମାଧ୍ୟମରେ ଯୁକ୍ତ ଦୁଇ (Plus Two)ରେ ପଢ଼ୁଥିବା ଏହି ନାବାଳିକାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ଧୀରେ ଧୀରେ ବିଶ୍ୱାସ ଜନ୍ମାଇବା ପରେ ଗତ ନଭେମ୍ବର ୧୮ ତାରିଖରେ ଅଭିଯୁକ୍ତ ଜଣକ ପୁରୀ ଆସି ନାବାଳିକାଙ୍କୁ ଅପହରଣ କରି ଭୁବନେଶ୍ୱର ନେଇଯାଇଥିଲେ।

ତେବେ ଭୁବନେଶ୍ୱରର ଜାଗମରା ସ୍ଥିତ ଏକ ହୋଟେଲରେ ନାବାଳିକାଙ୍କୁ ରଖି ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିବା ସହ ଜୋରଜବରଦସ୍ତ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ନାବାଳିକାଙ୍କୁ ଛାଡ଼ିବା ପାଇଁ ଅଭିଯୁକ୍ତ ତାଙ୍କ ପରିବାର ଲୋକଙ୍କୁ ୧ ଲକ୍ଷ ଟଙ୍କା ମୁକ୍ତିପଣ ମଧ୍ୟ ମାଗିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁରୀ ସଦର ଓ ଟାଉନ ପୋଲିସ ତଦନ୍ତ ଆରମ୍ଭ କରି ଜାଗମରାର ଉକ୍ତ ହୋଟେଲରୁ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୀଡ଼ିତାଙ୍କୁ ଉଦ୍ଧାର କରିଛନ୍ତି।

Leave A Reply

Your email address will not be published.