Latest Odisha News

BREAKING NEWS

୫°C ଯାଏଁ ଖସିବ ପାରଦ, ବଢ଼ିବ ଶୀତର ପ୍ରକୋପ

ଭୁବନେଶ୍ୱର: ଆଗାମୀ କିଛି ଦିନ ମଧ୍ୟରେ ଓଡ଼ିଶାରେ ପୁଣି ଥରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ମଙ୍ଗଳବାର ଦିନ ସୂଚନା ଦେଇଛି।

ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ (ରାତ୍ରିକାଳୀନ) ତାପମାତ୍ରା ୩°C ରୁ ୫°C ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି, ଯାହା ଫଳରେ ରାଜ୍ୟରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେବ।

ବର୍ତ୍ତମାନ ରାଜ୍ୟର ଅନେକ ଅଞ୍ଚଳରେ ରାତ୍ରିକାଳୀନ ତାପମାତ୍ରା ସ୍ୱାଭାବିକ ଠାରୁ ୬°C ରୁ ୬.୪°C ଅଧିକ ରହିଛି। ତେବେ ଆଗାମୀ କିଛି ଦିନ ମଧ୍ୟରେ ଆକାଶରୁ ମେଘ ହଟିବା ଏବଂ ଶୁଷ୍କ ପବନ ବହିବା ଆରମ୍ଭ ହେଲେ ତାପମାତ୍ରା ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୫.୫°C ରେକର୍ଡ କରାଯାଇଛି। ଏହା ପଛକୁ କନ୍ଧମାଳର ଫୁଲବାଣୀରେ ୧୬°C ଏବଂ ବୌଦ୍ଧରେ ୧୬.୬°C ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ସେହିପରି କଟକ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୯.୬°C ଏବଂ ୨୨.୯°C ରହିଛି।

ଏହା ବ୍ୟତୀତ ଭାରତୀୟ ପାଣିପାଗ ବିଭାଗ ନଭେମ୍ବର ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ‘ୟେଲୋ ୱାର୍ଣ୍ଣିଂ’ ଜାରି କରିଛି। ସେହିପରି ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି।

Leave A Reply

Your email address will not be published.