Latest Odisha News

BREAKING NEWS

ଫାଇଟର ପାଇଲଟ ଭୂମିକାରେ କଙ୍ଗନା

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାନାୱତ ନୂଆ ଭୂମିକାରେ ଅବତୀର୍ଣ୍ଣ ହେବେ । ତେଜସ ନାମକ ତାଙ୍କର ଆଗାମୀ ଫିଲ୍ମରେ ସେ ଜଣେ ଫାଇଟର ପାଇଲଟ ଭୂମିକା ନିର୍ବାହ କରୁଛନ୍ତି । ଏହି ଫିଲ୍ମର ଫାର୍ଷ୍ଟ ଲୁକ୍ କଙ୍ଗନା ଶେୟାର କରିଛନ୍ତି । ପାଇଲଟ ଭାବେ ଗ୍ଲାମର କୁଇନ କଙ୍ଗନା ଆହୁରି ସୁନ୍ଦର ଏବଂ ସ୍ମାର୍ଟ ଦେଖାଯାଉଛନ୍ତି ।

ଯେଉଁ ବାହାଦୂର ମହିଳାମାନେ ଆମ ଦେଶ ପାଇଁ ଜୀବନ ଦେଇଛନ୍ତି ସେମାନଙ୍କ ଭୂମିକା କରିବା ନିଶ୍ଚି ଭାବେ ଗର୍ବର ବିଷୟ ବୋଲି ସେ କହିଛନ୍ତି । ରୋନୀ ସ୍କ୍ରିଉୱାଲଙ୍କ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତ୍‌ି ସର୍ବେଶ ମେୱାରା । ଏହି ଫିଲ୍ମ ପାଇଁ କଙ୍ଗନା ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି ।

Leave A Reply

Your email address will not be published.