Latest Odisha News

ମାଆ କୋଳରୁ ଜନ୍ମ ନେଲା ଅଦ୍ଭୁତ ଶିଶୁ; ଚିକିତ୍ସା ପାଇଁ ଶିଶୁଭବନରେ ଭର୍ତ୍ତି

କଟକ: କଟକ ଶିଶୁଭବନରେ ଏକ ବିରଳ ନବଜାତ ଶିଶୁପୁତ୍ରକୁ ଭର୍ତ୍ତି କରାଯାଇଛି । ଶିଶୁଟିର ଅନ୍ତନଳୀ ଓ ଯକୃତ ଶରୀର ବାହାରେ ଅଛି ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା କୁଲଢ଼ା ଗାଁର ସୁଜାତା ଗୌଡ ଶନିବାର ଦିନ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଶିଶୁର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଡାକ୍ତର ତାକୁ କଟକ ପଠାଇଥିଲେ । ଶିଶକୁ ପରେ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି ।

ଯେହେତୁ ଅନ୍ତନଳୀ ପେଟ ବାହାରେ ଅଛି, ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି । ଠିକ୍ ସମୟରେ ଔଷଧ ଦିଆ ନ ଗଲେ, ଶିଶୁୂର ଜୀବନ ପ୍ରତି ବିପଦ ବଢ଼ିବାର ଆଶଙ୍କା ରହିଛି ବୋଲି ଶିଶୁଭବନର ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି ।

ତେବେ ଡାକ୍ତରୀ ଭାଷାରେ ଏହାକୁ ‘ଓମଫାଲୋସିଲ୍’ କୁହାଯାଏ । ଏହା ଏକ ଜନ୍ମ ଦୋଷ । ଜିନ୍ ରେ ପରିବର୍ତ୍ତିନ କାରଣରୁ ମାଆ ପେଟରେ ଏଭଳି ସମସ୍ୟା ଦେଖାଦେଇଥାଏ । ଅପରେସନ କରି ପେଟ ଭିତରେ ଅନ୍ତନଳୀ ଓ ଯକୃତ ଭର୍ତ୍ତି କରି ଶିଶୁର ଜୀବନ ବଂଚାଯାଇପାରିବ ବୋଲି ଜଣାପଡିଛି ।

Leave A Reply

Your email address will not be published.