Latest Odisha News

BREAKING NEWS

ରାମାୟଣ ମଞ୍ଚନ ବେଳେ ଦୁଃଖଦ ଘଟଣା;ହନୁମାନ ଭୂମିକାରେ ଅଭିନୟ ବେଳେ ଚାଲିଗଲା ଜୀବନ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଉଡିଆ ଗାଁରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମଞ୍ଚସ୍ଥ ହେଉଥିଲା ରାମାୟଣ ନାଟକ । ହନୁମାନ ଭୂମିକାରେ ଅଭିନୟ କରୁଥିଲେ ମିଥୁନ ପ୍ରଧାନ । ମୃତ ବ୍ୟକ୍ତି ଜଣକ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଉଡିଆ ଗ୍ରାମର ମିଥୁନ ପ୍ରଧାନ ବୋଲି ଚିହ୍ନଟ ହୋଇଛନ୍ତି। ନାଟକ ମଞ୍ଚସ୍ଥ ଚାଲିଥିବାବେଳେ ହଠାତ୍ ଟଳିପଡିଥିଲେ ହନୁମାନ ଭୂମିକାରେ ଅଭିନୟ କରୁଥିବା କଳାକାର ମିଥୁନ । ତାଙ୍କୁ ତୁରନ୍ତ ଆଡପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ହନୁମାନ ଭୂମିକାରେ ଅଭିନୟ କରି ଲୋକଙ୍କ ମନ ଜିଣି ପାରିଥିଲେ ଯୁବ କଳାକାର ଅକାଳରେ ମିଥୁନଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

 

Leave A Reply

Your email address will not be published.