Latest Odisha News

BREAKING NEWS

ଭୁବନେଶ୍ୱରରେ କଂଗ୍ରେସର ଓଡିଶା ସହପ୍ରଭାରୀ ପୂର୍ଣ୍ଣଚନ୍ଦ୍ର କୋକୋ ପାଢୀ, କହିଲେ କାଲି ସଫଳ ହେବ ସମ୍ବିଧାନ ରକ୍ଷା ରାଲି

ଭୁବନେଶ୍ୱର: ଦାୟିତ୍ୱ ନେଉ ନେଉ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ । ଓଡିଶା ପାଇଁ ଏଆଇସିସି ସହପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ୨୬ ନଭେମ୍ବରରେ ହେବାକୁ ଥିବା ସମ୍ବିଧାନ ରକ୍ଷା ରାଲି ସଫଳ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏବଂ ରାଜ୍ୟର ସଚେତନ ନାଗରିକଙ୍କୁ ବହୁ ସଂଖ୍ୟାରେ ଯୋଗଦେବାକୁ ଆହ୍ୱାନ ଦେଇଛନ୍ତି କୋକୋ ପାଢୀ । ବୁଧବାର ବିମାନବନ୍ଦରରୁ ପିସିସିର ଯୁବବର୍ଗ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହାପରେ ଶୋଭାଯାତ୍ରାରେ କଂଗ୍ରେସ ଭବନରେ ପହଂଚିଥିଲେ । ସେଠାରେ ପିସିସି ସଭାପତି ଭକ୍ତଚରଣ ଦାସ , ସଂଗଠନ ଉପସଭାପତି ସନ୍ତୋଷ ସିଂ ସାଲୁଜା, ଉପସଭାପତି ଡ. ଲଲାଟେନ୍ଦୁ ମହାପାତ୍ର , ବିଧାୟକ ପ୍ରଫୁଲ୍ଲ ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ । ଆସନ୍ତାକାଲି ସମ୍ବିଧାନ ରକ୍ଷା ରାଲିରେ ୧୦ରୁ ୧୫ ହଜାର ଲୋକ ସାମିଲ ହେବେ ଏବଂ ୫ହଜାର ବାଇକ ରାଲିରେ ନେତା ଓ କର୍ମୀ ସାମିଲ ହେବେ ବୋଲି ଭକ୍ତଚରଣ ଦାସ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଗଂଜାମ ଜିଲ୍ଲାର ମୂଳ ବାସିନ୍ଦା ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ବହୁ ବର୍ଷ ହେବ ଛତିଶଗଡରେ ରହୁଛନ୍ତି । ସେ ପୂର୍ବରୁ ଛତିଶଗଡ ରାଜ୍ୟ ଯୁବ କଂଗ୍ରେସ ସଭାପତି, ରାଷ୍ଟ୍ରୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଓ ଏଆଇସିସିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ନୂଆଦିଲ୍ଲୀର କଂଗ୍ରେସ ରାଜନୈତିକ ମହଲରେ ତାଙ୍କୁ ସମସ୍ତେ ତାଙ୍କ ଡାକନାମ କୋକୋ ଭାବେ ଜାଣନ୍ତି ।

Leave A Reply

Your email address will not be published.