ଭୁବନେଶ୍ୱର: ରୋଷେଇ ଗ୍ୟାସ୍ର କଳାବଜାରୀ ରୋକିବା ପାଇଁ ଓଡ଼ିଶା ସରକାର ଗତ ତିନି ବର୍ଷ ମଧ୍ୟରେ ଚଳାଇଥିବା କାର୍ଯ୍ୟାନୁଷ୍ଠାନ ଅଧୀନରେ ୯,୦୪୯ଟି ଏଲ୍ପିଜି ସିଲିଣ୍ଡର ଜବତ କରିଛନ୍ତି। ଏନେଇ ବୁଧବାର ଦିନ ରାଜ୍ୟ ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ଏହି ଘଟଣାରେ ୧୧ ଜଣଙ୍କୁ ଗିରଫ କରାଯିବା ସହ ‘ଅତ୍ୟାବଶ୍ୟକ ସାମଗ୍ରୀ ଆଇନ’ ଅଧୀନରେ ୫୧୪ଟି ମାମଲା ରୁଜୁ ହୋଇଛି।
ବରିଷ୍ଠ ବିଜେଡି ନେତା ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ଏହି ସମୟ ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ୪,୦୦୦ଟି ଯାଞ୍ଚ କରାଯାଇଥିଲା।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ମୋଟ ଯାଞ୍ଚ ମଧ୍ୟରୁ ୧,୧୬୭ଟି ଏଲ୍ପିଜି ବିତରଣ ଏଜେନ୍ସି ଗୁଡ଼ିକରେ କରାଯାଇଥିବା ବେଳେ ୨,୮୩୩ଟି ଅନ୍ୟ ସ୍ଥାନଗୁଡ଼ିକରେ କରାଯାଇଥିଲା। ଅପରପକ୍ଷରେ ଥାନାରେ ୪୮ଟି ଏଫ୍ଆଇଆର୍ ଦାଏର କରାଯାଇଛି ଏବଂ ୧୧ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି।
