Latest Odisha News

BREAKING NEWS

ଡିସେମ୍ବର ୪ରୁ ପ୍ରାଥମିକ ଶିକ୍ଷକଙ୍କ ବଡ଼ ଆନ୍ଦୋଳନ

ଭୁବନେଶ୍ୱର: ପୁଣି ଗର୍ଜିବେ ଶିକ୍ଷକ। ଆସନ୍ତା ଡିସେମ୍ବର ୪ ତାରିଖରୁ ବିଧାନସଭା ସମ୍ମୁଖରେ ବିଶାଳ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ପ୍ରାଥମିକ ଶିକ୍ଷକ ମହାସଂଘ, ଓଡ଼ିଶା। ଦୀର୍ଘ ୧୧ ମାସ ଧରି ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ଦୁଇ ଦଫା ଦାବି ପୂରଣ ହେଉନଥିବା ଅଭିଯୋଗ କରିଛି ମହାସଂଘ । ଆଜି ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ଆବାହକ ରାମଲାଲ ପଟେଲ ଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଦୀର୍ଘ ୧୧ ମାସ ଧରି ପ୍ରତିଶ୍ରୁତି ଓ ପ୍ରତୀକ୍ଷା ସତ୍ତ୍ୱେ ଦୁଇ ଦଫା ଦାବି ପୂରଣରେ ରାଜ୍ୟ ସରକାରଙ୍କ ଅହେତୁକ ବିଳମ୍ବ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବେ । ଆସନ୍ତା ଡିସେମ୍ବର ୪ରୁ ବିଧାନସଭା ସମ୍ମୁଖରେ ମିଳିତ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ପ୍ରାଥମିକ ଶିକ୍ଷକ ମହାସଂଘ ।

ମହାସଂଘର ପ୍ରମୁଖ ୨ ଦଫା ମଧ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କ ମୂଳ ପଦବୀକୁ ଅପଗ୍ରେଡ୍ କରି ଲେଭଲ୍-୯ ଅନୁଯାୟୀ ମୂଳ ବେତନ ୩୫ ହଜାର ୪୦୦ ଟଙ୍କା ପ୍ରଦାନ ଏବଂ ୨୦୦୧ ମସିହାରୁ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନଙ୍କ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା ସହ ନ୍ୟାସନାଲ୍ ଇଂକ୍ରିମେଣ୍ଟ ପ୍ରଦାନ ଅନ୍ୟତମ । ଗତବର୍ଷ ଡିସେମ୍ବର ୫ରୁ ଦାବି ପୂରଣ ପାଇଁ ମହାସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ପ୍ରୟାସ ଜାରି ରହିଥିଲେ ହେଁ କୌଣସି ସ୍ଥାୟୀ ସମାଧାନ ହୋଇପାରି ନଥିବା ମହାସଂଘ ଅଭିଯୋଗ କରିଛି ।

Leave A Reply

Your email address will not be published.