ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ସତ୍ୟପାଠ ଦାଖଲରେ ଅବହେଳା । ଏନେଇ ସୁପ୍ରିମକୋର୍ଟ ଆଜି ୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି । ରାଜ୍ୟରେ ସାମୂହିକ ରୋଷେଇ ଶାଳ ନିର୍ମାଣ କରାଯାଇଥିବା ଦର୍ଶାଇ ଏକ ସତ୍ୟପାଠ ଦାଖଲ କରିବାକୁ ଗତ ସପ୍ତାହରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ କେତେକ ରାଜ୍ୟକୁ ନୋଟିସ୍ ଜାରି କରାଯାଇଥିଲା । ଏଥିସହ ୫ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ ମଧ୍ୟ ହୋଇଥିଲା । ଧାର୍ଯ୍ୟ ସମୟ ମଧ୍ୟରେ ଦିଲ୍ଲୀ, ମହାରାଷ୍ଟ୍ର, ମଣିପୁର, ଓଡ଼ିଶା ଏବଂ ଗୋଆ ସତ୍ୟପାଠ ଦାଖଲ କରିନଥିବାରୁ ସର୍ବୋଚ୍ଚ ନ୍ୟାୟଳୟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗତ ସପ୍ତାହର ନିର୍ଦ୍ଦେଶ ଜାରି ପରେ ଆଣ୍ଡାମାନ ନିକୋବର, କର୍ଣ୍ଣାଟକ, ପଂଜାମ, ଉତ୍ତରାଖଣ୍ଡ, ଝାଡଖଣ୍ଡ, ନାଗାଲାଣ୍ଡ ଏବଂ ଜମ୍ମୁ-କାଶ୍ମୀର ଆଦି ୭ଟି ରାଜ୍ୟ ସତ୍ୟପାଠ ଦାଖଲ କରିଥିଲେ । ଆସନ୍ତା ଏପ୍ରିଲ ୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
BREAKING NEWS
- ଅଶ୍ଳୀଳ ଭିଡିଓ ମାମଲା: ପ୍ରଜ୍ଜ୍ୱଳଙ୍କ ବିରୋଧରେ ଜାରି ହେଲା ଲୁକ୍ ଆଉଟ୍ ନୋଟିସ୍
- ଆସିଲା ବିଜେଡିର ବଳକା ଥିବା ପାର୍ଥୀ ତାଲିକା
- ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କଲେ ସିସୋଦିଆ
- ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ
- ଏ ପର୍ଯ୍ୟନ୍ତ ସମସ୍ତ ଟି୨୦ ବିଶ୍ୱକପରେ ଖେଳିଛନ୍ତି ରୋହିତ
- ଏକକାଳୀନ ବରଖାସ୍ତ ହେଲେ ଦିଲ୍ଲୀ ମହିଳା ଆୟୋଗରେ କାର୍ଯ୍ୟରତ ୨୨୩ କର୍ମଚାରୀ
- ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ: କଂଗ୍ରେସ ଯଦି ଟିକେଟ ଦିଏ ତେବେ ମୁଁ କଙ୍ଗନାଙ୍କୁ ହରେଇ ଦେବି
- ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ବଢିଲା ଭୋଟିଂ ଟାଇମ
- ତେଲ ସରିଯିବାରୁ ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର
- ପାଇଥାନ ପରେ କୋର ଟିମ୍ ରୁ ଛଟେଇ କଲା ଗୁଗୁଲ