Latest Odisha News

BREAKING NEWS

ଓଡ଼ିଶା ବଜେଟ୍ ସମ୍ପର୍କରେ ଜାଣିବାକୁ ଡାଉନଲୋଡ଼ କରନ୍ତୁ ଏହି ଆପ୍ପ୍‌

ଭୁବନେଶ୍ୱର: ଓଡ଼ିଶାର ୨୦୨୦-୨୧ ବଜେଟ୍ ସମ୍ପର୍କରେ ଜନସାଧାରଣଙ୍କୁ ପୁଙ୍ଖାନୁପୁଙ୍ଖ ବିବରଣୀ ଜଣାଇବାକୁ ରାଜ୍ୟ ସରକାର ‘ଓଡ଼ିଶା ବଜେଟ୍‌’ ନାମକ ଏକ ନୂଆ ମୋବାଇଲ୍ ଆପ୍ ଲଞ୍ଚ୍ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଯେକୌଣସି ବ୍ୟକ୍ତି ଓଡ଼ିଶା ବଜେଟ ସମ୍ପର୍କୀତ ଏହି ଡ଼ିଜିଟାଲ୍ ପର୍ମର ବିଭିନ୍ନ ଡକୁମେଣ୍ଟଗୁଡ଼ିକୁ ଆଣ୍ଡ୍ରୋଏଡ଼ ମୋବାଇଲ୍ ଆପ ଦ୍ୱାରା ପାଇ ପାରିବେ । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର (ଫେବୃଆରୀ ୧୮) ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବାର୍ଷିକ ବଜେଟ୍ ଉପସ୍ଥାପନ କରିବେ ।

ଏହି ଆପ୍ପ୍ ମାଧ୍ୟମରେ ସାଧାରଣ ଜନତା ବାର୍ଷିକ ବଜେଟର ଓଡ଼ିଆ ତଥା ଇଂରାଜୀ ସଂସ୍କରଣର ବିଭିନ୍ନ ଭାଷଣ, ବାର୍ଷିକ ଅର୍ଥନୈତିକ ବିବରଣୀ, ବଜେଟ୍ ମୁଖ୍ୟାଂଶ ରେଭେନ୍ୟୁ ରିସିପ୍ଟସ ପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଜାଣିପାରିବେ ।

କାଗଜ ଖର୍ଚ୍ଚ କାଟ କରିବା ପରି ଏହା ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.