Latest Odisha News

BREAKING NEWS

Textbook Errors: ୧.୫ କୋଟି ସଂଶୋଧିତ ପାଠ୍ୟ ପୁସ୍ତକ ବଣ୍ଟନ କଲେ ସରକାର 

ଭୁବନେଶ୍ୱର: ପୂର୍ବରୁ ଥିବା ପାଠ୍ୟପୁସ୍ତକଗୁଡ଼ିକରେ ତ୍ରୁଟି ଧରାପଡ଼ିବା ପରେ ଓଡ଼ିଶା ସରକାର ବର୍ତ୍ତମାନ ୧ କୋଟି ୫ ଲକ୍ଷରୁ ଅଧିକ ସଂଶୋଧିତ ବିଦ୍ୟାଳୟ ପାଠ୍ୟପୁସ୍ତକ ବଣ୍ଟନ କରିଛନ୍ତି। ଏନେଇ ଶୁକ୍ରବାର ଦିନ ରାଜ୍ୟ ବିଧାନସଭାରେ ସୂଚନା ଦିଆଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହରେ ଏକ ଲିଖିତ ଉତ୍ତର ମାଧ୍ୟମରେ ଜଣାଇଛନ୍ତି ଯେ, ରାଜ୍ୟ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ପାଠ୍ୟପୁସ୍ତକ ପ୍ରସ୍ତୁତି ଏବଂ ମୁଦ୍ରଣ ପାଇଁ ପ୍ରାୟ ୧୭୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଓଡ଼ିଶାର ବିଦ୍ୟାଳୟଗୁଡ଼ିକରେ ପାଞ୍ଚଟି ବିଷୟକୁ ନେଇ ମୋଟ ୧,୦୫,୧୨,୧୩୬ଟି ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ କରୁଛନ୍ତି। ସୁନ୍ଦରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୩୧୧ଟି ବିଦ୍ୟାଳୟରେ ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଅନ୍ୟପକ୍ଷରେ ଟାଙ୍ଗରପାଲି ବ୍ଲକର ୯୯ଟି ବିଦ୍ୟାଳୟରେ ଏହି ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି।

 

 

Leave A Reply

Your email address will not be published.