ମୁମ୍ବାଇ: ମୁମ୍ବାଇ ଘାଟକୋପର ରେଳଷ୍ଟେସନରେ ଅଘଟଣ । ଜଣେ ୬୦ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଗୁରୁବାର ବିଳମ୍ବିତ ରାତିରେ ଷ୍ଟେସନରେ ଥିବା ଶୌଚାଳୟରେ ମହିଲାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ମୁଣ୍ଡକୁ ପିଟି ଶୌଚାଳୟରେ ପକାଇ ଦେଇଥିଲା ଦୁଷ୍କର୍ମକାରୀ । ୨୫ ବର୍ଷୀୟ ଅଭିଯୁକ୍ତ ତସଲିମ୍ ନୁର୍ ମହମ୍ମଦକୁ ଗିରଫ କରିଛି ଜିଆରପି । ଘଟଣା ଉପନଗରୀୟ ରେଳଷ୍ଟେସନ ଗୁଡିକରେ ଥିବା ସ୍ପଷ୍ଟ ସୁରକ୍ଷା ତ୍ରୁଟିଗୁଡିକୁ ପଦାରେ ପକାଇଛି ।
ସୂଚନା ଅନୁସାରେ ମହିଳା ଜଣଙ୍କ ଖଡଭଲିରେ ରହୁଥିବା ବେଳେ ଘାଟକୋପର ଯାଉଥିଲେ । ସେଠାରେ ସେ ଦୈନିକ ମଜୁରିଆ ଭାବେ କାମ କରନ୍ତି । ଗୁରୁବାର ତାଙ୍କ ସହ ତାଙ୍କର ୧୮ ବର୍ଷୀୟ ଝିଅ ମଧ୍ୟ ଥିଲେ । କାମ ସାରି ଖାଡଭଲି ଯିବାକୁ ଟ୍ରେନ୍ ଧରିବାକୁ ଘାଟକପୁର ରେଳଷ୍ଟେସନକୁ ଯାଇଥିଲେ । ଝିଅ ୨ନମ୍ବର ପ୍ଲାଟଫର୍ମରେ ଅପେକ୍ଷା କରିଥିବା ବେଳେ ମହିଳା ଜଣଙ୍କ ଶୌଚାଳୟ ଯାଇଥିଲେ । ରାତିପ୍ରାୟ ୧୧ଟା ୧୨ ମିନିଟରେ ଏହି ଅଘଟଣ ଘଟିଛି । ଶୌଚାଳୟରେ କେହି ନଥିବାର ସଯୋଗ ନେଇ ସମ୍ପୃକ୍ତ ଯୁବକ ଶୌଚାଳୟ ଭିତରେ ପଶିବାର ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଭିତରପଟୁ ଶୌଚାଳୟର କବାଟ ଲକ୍ କରି ମହିଳାଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କ ମୁଣ୍ଡଙ୍କୁ ଆଘାତ ଦେଇ ସେଠାରୁ ବାହାରି ଆସିଥିଲେ । କିଛି ସମୟ ପରେ ମହିଳା ଜଣଙ୍କ ବାହାରି ଆସି ତାଙ୍କ ଝିଅକୁ ଜଣାଇଥିଲେ । ତାପରେ ଜିଆରପିରେ ଜଣାଇଥିଲେ । ପୋଲିସ ତାଙ୍କୁ ରାଜୱାଡି ହସ୍ପିଟାଲ ନେଇ ଡାକ୍ତରୀମାଇନା କରାଇବା ସହ ଚିକିତ୍ସା କରାଇଛି । ଏକ ଦୁଷ୍କର୍ମ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଆଧାରରେ ସମ୍ପୃକ୍ତ ଦୁଷ୍କର୍ମକାରୀକୁ ଘାଟକୋପରର ଅସଲଫା ନିକଟରୁ ଗିରଫ କରିଛି ।
