Latest Odisha News

BREAKING NEWS

୯ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଘଟଣା, ପ୍ରଧାନଶିକ୍ଷକ ଗିରଫ

ରାୟଗଡା: ରାୟଗଡା ଜିଲ୍ଲାର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (EMRS)ର ପ୍ରଧାନଶିକ୍ଷକଙ୍କୁ ଶନିବାର ଦିନ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗରେ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଝିଅର ପରିବାର ପକ୍ଷରୁ ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ସନ୍ତୋଷ ପାତ୍ରଙ୍କୁ ଗିରଫ କରିଛି।

ଉକ୍ତ ଝିଅ ଅସଦାଚରଣ ସମ୍ପର୍କରେ ଜଣାଇବା ପରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ରାୟଗଡା ଟାଉନ୍ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏପଟେ ପୋଲିସ ଶୁକ୍ରବାର ରାତିରେ ତାଙ୍କ ବୟାନ ରେକର୍ଡ କରିଛି। ଏଥିସହିତ ଶନିବାର ଦିନ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି।

ପ୍ରଧାନଶିକ୍ଷକ ଜଣକ ତାଙ୍କୁ ଟଙ୍କା ଏବଂ ମୋବାଇଲ୍ ଫୋନ୍ ପ୍ରଦାନ କରି ବାରମ୍ବାର ପ୍ରଲୋଭିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା। ଯେତେବେଳେ ସେ ମନା କରିଦେଲେ ସେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ।

ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି କହିଛନ୍ତି ଯେ ପୋଲିସ ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ମଧ୍ୟ ପଦକ୍ଷେପ ଆରମ୍ଭ ହୋଇଛି। ବରିଷ୍ଠ ଅଧିକାରୀମାନଙ୍କୁ ଏହି ବିଷୟରେ ଅବଗତ କରାଯାଇଛି। ଯାହା ଫଳରେ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇପାରିବ।

Leave A Reply

Your email address will not be published.