ନୂଆଦିଲ୍ଲୀ: ଶାହିନବାଗ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କଲେ ସପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥି କମିଟି । ଆଜି ଅପରାହ୍ନରେ ମଧ୍ୟସ୍ଥତା କମିଟିର ସଦସ୍ୟ ସଂଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ଯାଇ ଆନ୍ଦୋଳନକାରୀଙ୍କ ସହ କଥା ହୋଇଛନ୍ତି । ସମାଧାନର ପନ୍ଥା ବାହାର କରିବା ପାଇଁ ସେମାନେ ଆଲୋଚନା କରିଛନ୍ତି । ମଧ୍ୟସ୍ଥତା କମିଟିର ସଦସ୍ୟମାନେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଛନ୍ତି । ମୁଖ୍ୟ ରାସ୍ତା ଅବରୋଧ ନକରି ସେମାନଙ୍କ ଆନ୍ଦୋଳନକୁ ଅନ୍ୟ ସ୍ଥାନକୁ ଉଠାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି ।
ସଂଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ଏ ସମ୍ପର୍କରେ କହିଛନ୍ତି ଯେ, ଆନ୍ଦୋଳନକାରୀ ମାନଙ୍କର ଆନ୍ଦୋଳନ କରିବା ପାଇଁ ସମସ୍ତ ପ୍ରକାରର ଅଧିକାର ରହିଛି । ତେଣୁ ତାଙ୍କ ଆନ୍ଦୋଳନ ଉପରେ କେହି ହସ୍ତକ୍ଷେପ କରିବେ ନାହିଁ । ଅନ୍ୟପକ୍ଷରେ ସିଏଏ ବୈଧତାକୁ ନେଇ ମଧ୍ୟ ସୁପ୍ରିମ କୋର୍ଟରେ ଚ୍ୟାଲେଂଜ କରାଯାଇଛି, ଯାହାକି ଏବେ କୋର୍ଟଙ୍କ ବିଚାରାଧିନ ରହିଛି । ତେବେ ଆନ୍ଦୋଳନକାରୀଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ସାଧାରଣ ନାଗରିକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ କୋର୍ଟ ଏହି କମିଟି ଗଠନ କରିଛନ୍ତି । ଏହି ଆଲୋଚନା ଦ୍ୱାରା ଖୁବଶୀଘ୍ର ସମସ୍ୟା ସମାଧାନର ବାଟ ବାହାରିବା ନେଇ ଆଶା କରୁଛୁ ବୋଲି ମଧ୍ୟସ୍ଥି କମିଟି ସଦସ୍ୟ କହିଛନ୍ତି ।
ଗତ ଦୁଇ ମାସରୁ ଅଧିକ ସମୟ ହେଲା ଦିଲ୍ଲୀ ଶାହିନବାଗରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି । ଶହ ଶହ ଆନ୍ଦୋଳନକାରୀ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଫଳରେ ସେହି ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇପଡିଛି । ଏହି ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ସଂଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନଙ୍କୁ ନେଇ ଏକ ମଧ୍ୟସ୍ଥତା କମିଟି ଗଠନ କରିଥିଲେ । ଆପୋସ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ ।
BREAKING NEWS
- ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ
- କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତି ନାହିଁ ପ୍ରଧାନମନ୍ତ୍ରୀ ମୋଦି, ଏଭଳି କହିଲେ ବୈଦେଶିକ ସଚିବ
- ଫିଫା ବିଶ୍ୱକପ: ବ୍ରାଜିଲ ପଛକୁ ଭାରତରେ ଅଧିକ ପ୍ରଶଂସକ
- “ଶ୍ରୀ ରାମଭୂମି” ଫିଲ୍ମର ଫାଷ୍ଟ ଲୁକ୍ ସେୟାର କଲେ ଅନୁପମ ଖେର
- ପୂନର୍ବାର ଭାଙ୍ଗିଲା ଏହି ମହାନ ଖେଳାଳିଙ୍କ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ସ୍ୱପ୍ନ
- Vietnam Boat Tragedy: ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ…
- ନିର୍ମାଣଧୀନ ପାଇଖାନା ଟାଙ୍କିରେ ପଡି ୨ ଶ୍ରମିକ ମୃତ
- Expired Biscuits Seized: ବିପୁଳ ପରିମାଣର ଅବଧି ନଥିବା ନକଲି ବିସ୍କୁଟ ଜବତ, ୨ ଅଟକ
- Speedboat capsizes in Vietnam:ବୁଡ଼ିଗଲା ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍; ୧୫ ମୃତ, ହେଲ୍ପଲାଇନ୍ ନମ୍ବର ଜାରି
- ଭାରତୀୟ ନୌସେନାରେ ସାମିଲ INS ମହେନ୍ଦ୍ରଗିରି
Comments are closed.