Latest Odisha News

BREAKING NEWS

ନିର୍ଭୟା ମାମଲା: ସୁପ୍ରିମକୋର୍ଟଙ୍କ ପରେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଘୁଂଚି ଘୁଂଚି ଯାଉଛି ଫାଶୀ ତାରିଖ । ଦୋଷୀମାନେ ଫାଶୀରୁ ବର୍ତ୍ତିବା ପାଇଁ ଆଇନର ନୂଆ ନୂଆ ବିକଳ୍ପର ସାହାରା ନେବାରେ ଲାଗିଛନ୍ତି । ଆସନ୍ତା ମାର୍ଚ୍ଚ ୩ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ପଟିଆଲା ହାଉସ କୋର୍ଟ ନୂଆ ଡେଥ ୱାରେଂଟ ଜାରି କରିଛନ୍ତି । ତେବେ ଏହାରି ଭିତରେ ଫାଶୀକୁ ପୁଣି ଥରେ ଘୁଂଚାଇବା ପାଇଁ ଦୋଷୀ ବିନୟ ଶର୍ମା ସୁପ୍ରିମକୋର୍ଟ ପରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ।ବିନୟର ଓକିଲ ଏପି ସିଂହ କହିଛନ୍ତି ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଖାରଜ ହୋଇଥିବା ତାଙ୍କର ରାଜକ୍ଷମା ସମ୍ପୂର୍ଣ୍ଣ ଅଣ-ସାମ୍ବିଧାନିକ । ରାଜକ୍ଷମା ଖାରଜ ପାଇଁ ୨୯ ଜାନୁଆରୀରେ ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନ ରାଷ୍ଟ୍ରପତିଙ୍କୁ ସୁପରାଶି କରିଥିଲେ ।
କିନ୍ତୁ ସେ ସମୟରେ ସତ୍ୟେନ୍ଦ୍ର ଜୈନ ମନ୍ତ୍ରୀ ପଦରେ ନଥିଲେ କି ବିଧାୟକ ନଥିଲେ । ଜାନୁଆରୀ ୨୯ରେ ଦିଲ୍ଲୀରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଥିଲା । ଏହାର ବିଚାର କରିବା ପାଇଁ ସେ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି ।
ସୂଚନା ମୁତାବକ ନିର୍ଭୟା ଦୋଷୀ ଅକ୍ଷୟ ସିଂ ଠାକୁର, ମୁକେଶ ସିଂ, ପୱନ କୁମାର ଗୁପ୍ତାଙ୍କ ପାଖରେ ଫାଶୀରୁ ବଂଚିବା ପାଇଁ ଅନ୍ୟ କୌଣସି ବିକଳ୍ପ ଆଉ ନାହିଁ । ତେବେ ବିନୟ କୁମାର ଶର୍ମାଙ୍କ ପାଖରେ ରାଜକ୍ଷମା ଏବଂ କ୍ୟୁରେଟିଭ୍ ପିିଟିଶନର ବିକଳ୍ପ ରହିଛି ।

Comments are closed.