Latest Odisha News

ହଠାତ୍ ‘ ହୁନର ହାଟ’ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ତା’ପରେ କ’ଣ ହେଲା ଦେଖନ୍ତୁ…

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ ନିକଟ ରାଜପଥ ସନ୍ମିକଟ ‘ହନୁର ହାଟ’ରେ ବୁଧବାର ଦିନ ଅଚାନକ ପହଞ୍ଚିଲେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଏକ ଜନଗହଳି ସ୍ଥାନରେ ଦେଖି ଉପସ୍ଥିତ ଜନସାଧାରଣଙ୍କ ସହ ସମସ୍ତ ପ୍ରତକ୍ଷ୍ୟଦର୍ଶୀ ବିସ୍ମିତ ହୋଇଯାଇଥିଲେ ।

ଏହି ହୁନର ହାଟରେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ପେଣ୍ଟିଂ ପ୍ରସ୍ତୁତ କରୁଥିବା ଦିବ୍ୟାଙ୍ଗ ମହିଳାଙ୍କୁ ଭେଟିଥିଲେ । ମୋଦୀ ଏହି ମହିଳାଙ୍କ ଭିଡ଼ିଓ ମଧ୍ୟ ପ୍ରସ୍ତୁତ କରିଥିଲେ । ଯାହାକୁ ପରେ ନିଜ ଟ୍ୱିଟରରେ ସେୟାର ମଧ୍ୟ କରିଥିଲେ ।

ଏହି ମହିଳାଙ୍କୁ ଭେଟି ମୋଦୀ କଣ କଥା ହେଲେ ଦେଖନ୍ତୁ ଏହି ଭିଡ଼ିଓରେ…


ମୋଦୀଙ୍କୁ ଭେଟି ଏଠାକାର ଦୋକାନୀ ତଥା ଜନସାଧାରଣ ବହୁତ ଖୁସି ଅନୁଭବ କରିବା ସହ ଜୀବନରେ ପ୍ରଥମ ଥର କୌଣସି ଜଣେ ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଶାଇ ପାଇଥିବାରୁ ଖୁସି ଥିବା ପ୍ରକାଶ କରିଛନ୍ତି ।

ଏହାସହ ପ୍ରଧାନମନ୍ତ୍ରୀ ନିଜ ପକେଟରୁ ପଇସା ଦେଇ ଏଠାରେ ଲିଟି-ଚୋଖା ଖାଇବା ସହ ମାଟିପାତ୍ରରେ ଚା’ ପିଇଛନ୍ତି ।

Leave A Reply

Your email address will not be published.