Latest Odisha News

BREAKING NEWS

ବାଙ୍କୀ ଡବଲ ମର୍ଡର: କ୍ରାଇମବ୍ରାଂଚ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର: ବାଙ୍କୀ ଡବଲ ମର୍ଡର ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଦାବି କରିଛି କଂଗ୍ରେସ । ଫେବୃଆରୀ ୧୫ ତାରିଖରେ ଜୋକଲାଞ୍ଜି ଡ୍ୟାମ ନିକଟରେ ନୂଆଗାଁ ସରପଂଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ(୫୦) ଓ ତାଙ୍କ ସହଯୋଗୀ ତଥା ଯୁବ ସାମ୍ବାଦିକ ଆଦିତ୍ୟ କୁମାର ରଣସିଂହ(୩୫)ଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ ।

BjdElectrycity

ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ବାଙ୍କୀର ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ତାଙ୍କ ସହଯୋଗୀ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅଛନ୍ତି । ଆମେ ଏହି ଘଟଣାର କଡା ନିନ୍ଦା କରୁଛୁ ଓ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଲୋକଙ୍କ ଚିହ୍ନଟ କରିବା ପାଇଁ କ୍ରାଇମବ୍ରାଂଚ ତଦନ୍ତର ଆଦେଶ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଆଗ୍ରହ କରୁଛୁ ।”

ଏହା ପୂର୍ବରୁ ମଧ୍ୟ ଭଗବାନ ସ୍ୱାଇଁଙ୍କ ପତ୍ନୀ ତଥା ନୂଆଗାଁ ସରପଂଚ ମମତା ମହାପାତ୍ର ବିଜେଡି ବିଧାୟକଙ୍କ ସମର୍ଥକଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଥିଲେ ।ଏହି ହତ୍ୟାକାଣ୍ଡ ମାମଲାରେ ଦୁଇ ଅଭିଯୁକ୍ତ ବଳଭଦ୍ର ପ୍ରଧାନ ଓ ଜିତୁ ସ୍ୱାଇଁଙ୍କୁ ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ, ଭଗବାନ ସ୍ୱାଇଁ, ଆତିଦ୍ୟ ରଣସିଂହ ଓ ଜଣେ ନାବାଳକ କାମ ସାରି ନିଜ ଗାଁ ଖଜରୁରୀପଦକୁ ଫେରୁଥିବାବେଳେ ୫ରୁ ୬ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଧାରୁଆ ଅସ୍ତ୍ରରେ ଗୋଡାଇ ଗୋଡାଇ ହାଣିଥିଲେ । ସେହି ସମୟରେ ନାବାଳକ ସେହି ସ୍ଥାନରୁ ପଳାଇବାରେ ସକ୍ଷମ ହୋଇଥିଲା ଓ ନିକଟବର୍ତ୍ତୀ ଗାଁର ଲୋକଙ୍କୁ ଏନେଇ ସୂଚିତ କରିଥିଲା । ଗ୍ରାମବାସୀ ଓ ବୈଦେଶ୍ୱର ପୋଲିସ ଘଟଣାସ୍ଥଳରେ ପହଂଚି ବାଙ୍କୀ ସବ୍‌-ଡିଭିଜନାଲ ହସ୍ପିଟାଲକୁ ନେଇଥିଲେ । ହସ୍ପିଟାଲକୁ ନେଲାବେଳେ ରଣସିଂହଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ୱାଇଁ କଟକ ଏସସିବି ମେଡିକାଲରେ ଆଖି ବୁଜିଥିଲେ ।

Leave A Reply

Your email address will not be published.