ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୮ରୁ ଦିଲ୍ଲୀରୁ ଗଡିବ ଶ୍ରୀ ରାମାୟଣ ଏକ୍ସପ୍ରେସ୍ । ରେଳବାଇ ପକ୍ଷରୁ ଚଳାଚଳ କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ରେ ମୋଟ ୧୦ଟି ବଗି ରହିବ । ଏଥିମଧ୍ୟରୁ ୫ଟି ନନ୍-ଏସି ସ୍ଲିପର କ୍ଳାସ ଓ ୫ଟି ୩ ଟାୟର ଏସି କୋଚ ରହିବ ।
ଏଥିରେ ଯେଉଁମାନେ ଯାତ୍ରା କରିବାକୁ ଆଗ୍ରହୀ ସେମାନେ ଦିଲ୍ଳୀର ସଫଦରଜଙ୍ଗ, ଗାଜିଆବାଦ, ମୋରଦାବାଦ, ବରେଲୀ ଓ ଲକ୍ଷ୍ନୌରୁ ଟ୍ରେନ୍ ଧରି ପାରିବେ । ୧୭ ଦିନିଆ ରୁଟ୍ରେ ଶ୍ରଦ୍ଧାଳୁମାନେ ଦେଶରେ ଥିବା ଭଗବାନ ରାମଙ୍କ ସହ ଜଡିତ ସମସ୍ତ ପର୍ଯ୍ୟଟନ ସ୍ଥଳିର ଦର୍ଶନ କରିପାରିବେ ।
ଏହି ଟ୍ରେନ୍ରେ ଯାତ୍ରା କରିବା ପାଇଁ ସ୍ଲିପର କ୍ଲାସ ଲାଗି ଟିକେଟର ମୂଲ୍ୟ ୧୬,୦୬୫ ଓ ଏସି ପାଇଁ ୨୬,୭୭୫ ଟଙ୍କା ରହିିଛି । ଟ୍ରେନ୍ରେ ଯାତ୍ରୀଙ୍କ ପାଇଁ ବିନା ପିଆଜ ରଷୁଣର ନିରାମିଷ ଖାଦ୍ୟ ଯୋଗାଇ ଦିଆଯିବ । ଏଥିସହ ଯାତ୍ରୀ ଟ୍ରେନ୍ ଭିତରେ ରାମାୟଣ କଥା ଶୁଣିପାରିବେ ଏବଂ ଭଜନ କିର୍ତ୍ତିନ ମଧ୍ୟ ବାଜିବ ।
ଏହି ଟ୍ରେନ୍ ଉତ୍ତରପ୍ରଦେଶ ଅଯୋଧ୍ୟାରେ ଥିବା ରାମଜନ୍ମ ଭୂମି ଓ ହନୁମାନ ଗଡି, ପ୍ରୟାଗରେ ଥିବା ତ୍ରିବେଣୀ ସଙ୍ଗମ, ହନୁମନ ମନ୍ଦିର ଓ ଭରଦ୍ୱାଜ ଆଶ୍ରମ, ନନ୍ଦୀ ଗ୍ରାମରେ ଥିବା ଭାରତ ମନ୍ଦିର, ବିହାରରେ ଥିବା ସୀତାମାତା ମନ୍ଦିର, ନେପାଳରେ ଥିବା ଜନକପୁର, ବାରାଣସୀରେ ଥିବା ତୁଳସୀ ମାତା ମନ୍ଦିର ଆଦି ସ୍ଥାନକୁ ଯାତ୍ରା କରିବ ।
BREAKING NEWS
- ମନମୋହୁଛି ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ; ଗତ ୫ ବର୍ଷରେ ଆସିଛନ୍ତି ସର୍ବାଧିକ ଏହି ଦେଶର ପର୍ଯ୍ୟଟକ…
- OSSTET- ୨୦୨୫ ପରୀକ୍ଷା ହେବ ଏହି ଦିନ… ଆଜି ଠାରୁ ଆବେଦନ ଆରମ୍ଭ
- ପାକିସ୍ତାନ ସଂସଦରେ ଗଧ, ଭିଡିଓ ଭାଇରାଲ…
- ସାରଥିଙ୍କ ସମେତ ଅନ୍ୟ ୫ ଜଣଙ୍କ ବିରୋଧରେ ଚାଲିବ ମାମଲା
- ଏଣିକି ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ଆଉ ହେବନି ଅବହେଳା, ସରକାର ଆଣିବେ ନୂଆ ବ୍ୟବସ୍ଥା
- ସୁପ୍ରିମକୋର୍ଟରେ ପହଞ୍ଚିଲା ଇଣ୍ଡିଗୋ ବିମାନ ସଙ୍କଟ…
- ୨୦ ମ୍ୟାଚ ପରେ ଟସ ଜିତିଲା ଟିମ ଇଣ୍ଡିଆ
- ରାଜ୍ୟରେ ଏତିକି ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ ଘର, ଭଡା ଘରେ ଚାଲିଛି ପାଠପଢା…
- Kalibr-PL କ’ଣ? ବୁଡ଼ାଜାହାଜର କ୍ଷମତା ବୃଦ୍ଧି କରିବା ପାଇଁ ରୁଷ ଭାରତକୁ ଦେବ ଏହି କ୍ଷେପଣାସ୍ତ୍ର…
- କୋହଲି, ରୋହିତ ନୁହେଁ ଏହି ଯୁବ ଖେଳାଳିଙ୍କୁ କରାଯାଇଛି ବେଶୀ ସର୍ଚ୍ଚ
Comments are closed.