ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୮ରୁ ଦିଲ୍ଲୀରୁ ଗଡିବ ଶ୍ରୀ ରାମାୟଣ ଏକ୍ସପ୍ରେସ୍ । ରେଳବାଇ ପକ୍ଷରୁ ଚଳାଚଳ କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ରେ ମୋଟ ୧୦ଟି ବଗି ରହିବ । ଏଥିମଧ୍ୟରୁ ୫ଟି ନନ୍-ଏସି ସ୍ଲିପର କ୍ଳାସ ଓ ୫ଟି ୩ ଟାୟର ଏସି କୋଚ ରହିବ ।
ଏଥିରେ ଯେଉଁମାନେ ଯାତ୍ରା କରିବାକୁ ଆଗ୍ରହୀ ସେମାନେ ଦିଲ୍ଳୀର ସଫଦରଜଙ୍ଗ, ଗାଜିଆବାଦ, ମୋରଦାବାଦ, ବରେଲୀ ଓ ଲକ୍ଷ୍ନୌରୁ ଟ୍ରେନ୍ ଧରି ପାରିବେ । ୧୭ ଦିନିଆ ରୁଟ୍ରେ ଶ୍ରଦ୍ଧାଳୁମାନେ ଦେଶରେ ଥିବା ଭଗବାନ ରାମଙ୍କ ସହ ଜଡିତ ସମସ୍ତ ପର୍ଯ୍ୟଟନ ସ୍ଥଳିର ଦର୍ଶନ କରିପାରିବେ ।
ଏହି ଟ୍ରେନ୍ରେ ଯାତ୍ରା କରିବା ପାଇଁ ସ୍ଲିପର କ୍ଲାସ ଲାଗି ଟିକେଟର ମୂଲ୍ୟ ୧୬,୦୬୫ ଓ ଏସି ପାଇଁ ୨୬,୭୭୫ ଟଙ୍କା ରହିିଛି । ଟ୍ରେନ୍ରେ ଯାତ୍ରୀଙ୍କ ପାଇଁ ବିନା ପିଆଜ ରଷୁଣର ନିରାମିଷ ଖାଦ୍ୟ ଯୋଗାଇ ଦିଆଯିବ । ଏଥିସହ ଯାତ୍ରୀ ଟ୍ରେନ୍ ଭିତରେ ରାମାୟଣ କଥା ଶୁଣିପାରିବେ ଏବଂ ଭଜନ କିର୍ତ୍ତିନ ମଧ୍ୟ ବାଜିବ ।
ଏହି ଟ୍ରେନ୍ ଉତ୍ତରପ୍ରଦେଶ ଅଯୋଧ୍ୟାରେ ଥିବା ରାମଜନ୍ମ ଭୂମି ଓ ହନୁମାନ ଗଡି, ପ୍ରୟାଗରେ ଥିବା ତ୍ରିବେଣୀ ସଙ୍ଗମ, ହନୁମନ ମନ୍ଦିର ଓ ଭରଦ୍ୱାଜ ଆଶ୍ରମ, ନନ୍ଦୀ ଗ୍ରାମରେ ଥିବା ଭାରତ ମନ୍ଦିର, ବିହାରରେ ଥିବା ସୀତାମାତା ମନ୍ଦିର, ନେପାଳରେ ଥିବା ଜନକପୁର, ବାରାଣସୀରେ ଥିବା ତୁଳସୀ ମାତା ମନ୍ଦିର ଆଦି ସ୍ଥାନକୁ ଯାତ୍ରା କରିବ ।
BREAKING NEWS
- ରାସ୍ତାରେ ଗଡିବନି ବାଇକ, ରାଲିକୁ ମନା
- ବିରାଟ କୋହଲିଙ୍କ ରେକର୍ଡ ସହ ସମକକ୍ଷ ହେଲେ ଅଭିଷେକ
- ନଦୀ ନଥିବା ଏକ ଦେଶ, ପ୍ରତିବର୍ଷ ୧.୫ ଲକ୍ଷ ଭାରତୀୟ ଭ୍ରମଣ କରନ୍ତି? ପିଇବା ପାଣି ଏଠାରେ ସଂଘର୍ଷପୂର୍ଣ୍ଣ…
- ଏଥର ଖରା ଛୁଟିରେ ସମର ଲର୍ଣ୍ଣିଂ; ୨୫ ସୁଦ୍ଧା ହ୍ବାଟ୍ସଆପ ଗ୍ରୁପ୍ ପାଇଁ ନିର୍ଦ୍ଦେଶ
- ଆଇପିଏଲ ଲୋନ ନିୟମର ଫାଇଦା ଉଠାଇବ କି ଚେନ୍ନାଇ
- ଅଖିଳେଶ ଯାଦବଙ୍କ ବଡ ନିର୍ବାଚନୀ ଘୋଷଣା; ମାଗଣା ବିଜୁଳି ସହ ମହିଳାଙ୍କୁ ମିଳିବ ୪୦ ହଜାର ପେନସନ୍
- ଓଡ଼ିଶା ଫେରୁଛି ପୋସ୍କୋ, ଜେଏସଡବ୍ଲୁ ସହ 6 MTPA ପ୍ଲାଣ୍ଟ ପାଇଁ ଚୁକ୍ତିନାମା
- ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉପରେ କାର୍ଯ୍ୟାନୁଷ୍ଠାନ; ୫୩୦୮ ସିଲିଣ୍ଡର ଜବତ, ୩୯୭ ମାମଲା ରୁଜୁ
- ରାଉରକେଲାକୁ ଭେଟି, ୧୫୮ କୋଟି ପ୍ରକଳ୍ପର ଉଦଘାଟନ କଲେ ରାଷ୍ଟ୍ରପତି
- ଆଇପିଏଲର ବାକିତକ ମ୍ୟାଚରୁ ଓହରିଲେ ଆୟୂଷ
Comments are closed.