Latest Odisha News

ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନଙ୍କ ନାକ, ପାଟିରୁ ରକ୍ତ ବାହାରିଲା

ନୂଆଦିଲ୍ଲୀ: ତିହାର ଜେଲରେ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ମଧୁମେହ ଓ ଉଚ୍ଚରକ୍ତଚାପ ରୋଗରେ ସେ ପୀଡିତ । ତାଙ୍କ ନାକରୁ ଓ ପାଟିରୁ ରକ୍ତ ବାହାରିବାରୁ ମେଡିକାଲ ଚେକ୍‌ଅପ କରାଯାଇଥିଲା ।

ତେବେ ଏହାର ରିପୋର୍ଟ ସାମ୍ନାକୁ ଆସି ନାହିଁ । ଡି-କମ୍ପାନୀ ତାଙ୍କୁ ହତ୍ୟା କରିବ ବୋଲି ଯୋଜନା କରୁଥିବାରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ରଖାଯାଇଛି । ଏପରିକି ତାଙ୍କ ଖାଇବା ମଧ୍ୟ ଭଲ ଭାବେ ଯାଂଚ କରାଯାଉଛି ।

Comments are closed.