Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ, ଓୱେସୀଙ୍କ ମଞ୍ଚରୁ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ…

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆୟୋଜିତ ‘ସିଏଏ’ ବିରୋଧୀ ର‍୍ୟାଲିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ।

ଅଲ ଇଣ୍ଡିଆ ମଜଲିସ-ଏ ଇତ୍ତେହାଦୁଲ ମୁସ୍ଲିମିନ (ଏଆଇଏମଆଇଏ)ର ମୁଖ୍ୟ ଅସୁଦୁଦ୍ଦୀନ ଓୱେସୀଙ୍କ ଗୁରୁବାର ବେଙ୍ଗୋଲୁରୁରେ ସିଏଏ-ବିରୋଧୀ ରାଲିରେ ଜଣେ ଝିଅ ପାକିସ୍ତାନ ଜିନ୍ଦାବଦା ସ୍ଲୋଗାନ ଦେଇଛି ।


ପ୍ରାପ୍ତ ସୂଚନା ଅନୁସାରେ, ଗୁରୁବାର ଦିନ ‘ଏଆଇଏମ୍‌ଆଇଏମ୍‌’ର ମୁଖ୍ୟ ଅସାଦୁଦ୍ଦିନ୍‌ ଓଓ୍ଵାସୀଙ୍କ ଦ୍ୱାରା ଆୟୋଜିତ ‘ସିଏଏ’ବିରୋଧୀ ର‍୍ୟାଲିରେ ଝିଅଟି ମଞ୍ଚ ଉପରୁ ‘ପାକିସ୍ତାନ ଜିନ୍ଦାବାଦ୍‌’ ସ୍ଲୋଗାନ୍‌ ଦେଇଥିଲେ। ତାଙ୍କ ଘର କର୍ଣ୍ଣାଟକର ଚିକ୍‌ମାଗାଲୁର ଅଞ୍ଚଳରେ।

ଏହି ସ୍ଲୋଗାନ ଦେଇଥିବା ଯୁବତୀଙ୍କ ନାମ ଅମୂଲ୍ୟା ଲେଓନା ।

‘ପାକିସ୍ତାନ ଜିନ୍ଦାବାଦ୍‌’ ସ୍ଲୋଗାନ୍‌ ଦେଇଥିବା ଜଣେ ଯୁବତୀଙ୍କୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଜାମିନ୍‌ ଦେଇନାହାନ୍ତି। ତେଣୁ ତାଙ୍କୁ ତିନି ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଅମୂଲ୍ୟା ଲେଓନା ନାମକ ସେ ଯୁବତୀଙ୍କୁ ସୋମବାର ଦିନ ସ୍ଥାନୀୟ ଅଦାଲତରେ ହାଜର କରାଯିବ। ତାଙ୍କ ନାମରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪-ଏ ଆଧାରରେ ମାମଲା ରୁଜୁ କରାଯାଇଛି ।

ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଓଓ୍ଵାସି କହିଛନ୍ତି ଯେ “ମୁଁ ଏଭଳି କାର୍ଯ୍ୟକୁ ନିନ୍ଦା କରୁଛି। ମୁଁ ମଧ୍ୟ ଜାଣିନି, ଏ ଯୁବତୀ କିଏ। ସେତେବେଳେ ତୁରନ୍ତ ତାଙ୍କ ପାଖକୁ ଧାଇଁ ଯାଇ କହିଥିଲି ଯେ ଏ ଭଳି ବାଜେ କଥା ମୁଁ ସହ୍ୟ କରିପାରିବି ନାହିଁ। ଏହା ପରେ ପୁଲିସ ଆସି ତାଙ୍କୁ ନେଇ ଯାଇଥିଲା”।

Comments are closed.