Latest Odisha News

BREAKING NEWS

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ; ବର୍ଷା ଯୋଗୁଁ ଅଧାରୁ ଅଟକିଲା ମ୍ୟାଚ୍

ୱେଲିଂଟନ୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସମୁଦାୟ ୨ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବାକୁ ଥିବାବେଳେ ଶୁକ୍ରବାର ଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେଉଛି।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍ ଠାରେ ଏହି ପ୍ରଥମ ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେଉଛି ।

ନ୍ୟୁଜିଲାଣ୍ଡ ଟିମ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଟିମ୍ ଇଣ୍ଡିଆ (୫୫.୦) ଓଭରରେ ୫ ୱିକେଟ୍ ବିନିମୟରେ ୧୨୨ ରନ୍ ଅକ୍ତିଆର କରିଛି ।

ଏହି ମ୍ୟାଚରେ ଓପନିଂ ବ୍ୟାଟ୍ସମ୍ୟାନ ଭାବେ ଅଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ଥ ପାଳି ଆରମ୍ଭ କରିଥିଲେ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବର୍ଷା ଓ ପବନ ଯୋଗୁଁ ମ୍ୟାଚକୁ ଅସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି ।

 

Leave A Reply

Your email address will not be published.