Latest Odisha News

BREAKING NEWS

ମେଲାନିଆଙ୍କ ‘ହାପିନେସ କ୍ଲାସ’ରେ ରହିବେନି କେଜ୍ରୱାଲ-ସିସୋଦିଆ

ନୂଆଦିଲ୍ଲୀ: ଆସନ୍ତା ୨୪ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସହ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଓ ଝିଅ ଇଭାଙ୍କା ମଧ୍ୟ ଆସୁଛନ୍ତି । ଏହି ସମୟରେ ମେଲାନିଆ ରାଜଧନୀ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ଆୟୋଜିତ ‘ହାପିନେସ କ୍ଲାସ’ରେ ଯୋଗ ଦେବେ ।
ତେବେ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଯୋଗ ଦେବେ ନାହିଁ । ପୂର୍ବରୁ ଏ ଦୁହେଁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ଆୟୋଜନ ହୋଇଥିଲା । କିନ୍ତୁ ଏବେ କେଜ୍ରିୱାଲ ଓ ସିସୋଦିଆଙ୍କ ନାଁ ଏହି କାର୍ଯ୍ୟକ୍ରମରୁ ହଟାଇ ଦିଆଯାଇଛି । ଏନେଇ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକର୍ତ୍ତା ସଦସ୍ୟ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ଜାଣିଶୁଣି ଏମାନଙ୍କୁ ଏଥିରେ ସାମିଲ ନକରିବାକୁ ଯୋଜନା କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ୨୫ ତାରିଖରେ ମେଲାନିଆ ଟ୍ରମ୍ପ ଦିଲ୍ଲୀର ଏକ ସରକାରୀ ସ୍କୁଲକୁ ଯିବା କାର୍ଯ୍ୟକ୍ରମ ରହିଛି । ସେଠାକୁ ଯାଇ ସେ କେଜ୍ରିୱାଲ ସରକାରଙ୍କ ସ୍କୁଲରେ ହାପିନେସ କ୍ଲାସ ଦେଖିବେ ।

Leave A Reply

Your email address will not be published.