Latest Odisha News

BREAKING NEWS

ପୁଣି ଟ୍ରାଙ୍କୁଲାଇଜ ହେଲା ବାଘୁଣୀ ‘ସୁନ୍ଦରୀ’; ବେକରୁ ଖୋଲାଗଲା ରେଡିଓ କୋଲାର

ଅନୁଗୁଳ: ସାତକୋଶିଆ ଏନକ୍ଲୋଜର ଭିତରେ ପୁଣି ଥରେ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ବେକରୁ ରେଡିଓ କୋଲାର ଖୋଲାଯାଇଛି । ବାଘୁଣୀ ମୋଟା ହୋଇଯାଇଥିବାରୁ ରେଡିଓ କୋଲାର ତା’ ବେକରେ ଚାପି ହୋଇଯାଇଥିଲା ।

ସୂଚନାଯୋଗ୍ୟ, ତୃତୀୟ ଥର ପାଇଁ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଛି । ରେଡିଓ କୋଲାର ଖୋଲାଯିବାର କିଛି ସମୟ ପରେ ବାଘୁଣୀର ଚେତା ଫେରି ଆସିଛି ଓ ସେ ଏନକ୍ଲୋଜର ଭିତରେ ବିଚରଣ କରୁଥିବା ଡିଏଫଓ ପି. ରାମା ସ୍ୱାମୀ କହିଛନ୍ତି । ତେବେ ଶିମିଳିପାଳ ଓ ସାତକୋଶିଆର ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତିରେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା ।

Leave A Reply

Your email address will not be published.