ଗୋପ: ଚେନ୍ନାଇର ମଦୁରାଇରୁ ଆସିଥିବା ୨୫ଜଣ ପର୍ଯ୍ୟଟକଙ୍କ ଖୁସିର ଯାତ୍ରା ଦୁଃସ୍ୱପ୍ନରେ ପରିଣତ ହୋଇଛି । ଯେତେବେଳେ ପୁରୀ ଜିଲ୍ଲାର ଗୋପ-କୋଣାର୍କ ରାସ୍ତାରେ ବାଲିସାହି ନିକଟରେ ଗାଡି ଚାଳକ ସେମାନଙ୍କୁ ଛାଡି ଫେରାର ହୋଇଯାଇଛି ।
ସୂଚନାଯୋଗ୍ୟ, ଶୁକ୍ରବାର ଦ୍ୱିପହର ବେଳା ପୁରୀ, କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗା ଓ କିଛି ଅନ୍ୟ ପର୍ଯ୍ୟଟନସ୍ଥଳୀ ବୁଲିବା ପରେ ପର୍ଯ୍ୟଟକମାନେ ଭୁବନେଶ୍ୱର ଫେରୁଥିଲେ । ଗାଡି ଚାଳକକୁ ନିଶାରେ ଥିବା ଦେଖି କିଛି ମହିଳା ପର୍ଯ୍ୟଟକ ଗାଡିକୁ ରାସ୍ତାକଡରେ ରଖିବାକୁ କହିଥିଲେ । ଚାଳକ ଜଣକ ଗାଡି ରଖି ସେଠାରୁ ଫେରାର ହୋଇଯାଇଥିଲା ।
ଗୋପ ଥାନାର ଆଇଆଇସି ସୁଧୀର କୁମାର ସାହୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଂଚିଥିଲେ । ସେ ଗାଡିର ମାଲିକଙ୍କୁ ଫୋନ କରି ଘଟଣାସ୍ଥଳକୁ ତୁରନ୍ତ ପହଂଚିବାକୁ କହିଥିଲେ । ଗାଡିଟି ଭୁବନେଶ୍ୱରର ଏକ ଏଜେନ୍ସିର ଥିଲା । ପର୍ଯ୍ୟଟକମାନେ ଅଜଣା ସ୍ଥାନରେ ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ହଇରାଣ ହେବାପରେ ପରିଶେଷରେ ଭୁବନେଶ୍ୱରରେ ପହଂଚିଥିଲେ ।
Comments are closed.