ଅହମ୍ମଦାବାଦ: ଟ୍ରମ୍ପଙ୍କ ମୁହଁରେ ଭାରତ ଓ ମୋଦୀଙ୍କ ଭୁରି ଭୁରି ପ୍ରଶଂସା । ମୋଦୀ ତାଙ୍କର ଜଣେ ଭଲ ବନ୍ଧୁ । ଭାରତ ଆସିବା ତାଙ୍କ ପାଇଁ ଏକ ଗର୍ବର କଥା । ଅହମ୍ମଦାବାର ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଖାଲି ଏତିକି ନୁହେଁ ଟ୍ରମ୍ପ ଆହୁରି କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ହେଉଛନ୍ତି ଜଣେ ଚାମ୍ପିଅନ । ଯିଏକି ଭାରତକୁ ବିକାଶ ଦିଗରେ ଆଗେଇ ନେଉଛନ୍ତି । ମୋଦୀ ହେଉଛନ୍ତି ମହାନ, ତାଙ୍କର ନୀତି ଓ ଆଦର୍ଶ ବି ମହାନ । ସେଥିପାଇଁ ତାଙ୍କୁ ଲୋକେ ଭଳ ପାଉଛନ୍ତି । ଆଉ ଶାସନ ଗାଦିରେ ବସାଇଛନ୍ତି ।
ଆମେରିକା ହେଉଛି ଭାରତର ବନ୍ଧୁ । ଆମେରିକା ଭାରତର ସମ୍ମାନ କରେ । ଟ୍ରମ୍ପ ନିଜ ଅଭିଭାଷଣରେ କହିଛନ୍ତି ଯେ, ୫ ମାସ ତଳେ ଆମରିକା ପ୍ରଧାନମନ୍ତ୍ରୀ ମୋଦୀଙ୍କର ସ୍ୱାଗତ କରିଥିଲା ଆଉ ଆଜି ଭାରତ ଆମର ସ୍ୱାଗତ କରିଛି । ଏଥିପାଇଁ ଆମେ ବେଶ୍ ଖୁସି । ଆଜି ଆମେ ବିଶ୍ୱର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମରେ ଅଛୁ । ପ୍ରଧାନମନ୍ତ୍ରୀ ଆମର ଭବ୍ୟ ସ୍ୱାଗତ କରିଛନ୍ତି । ଆଜିଠୁ ଭାରତ ଆମ ପାଇଁ ସବୁଠାରୁ ଖାସ୍ ବନ୍ଧୁ ବୋଲି କହିଛନ୍ତି ଟ୍ରମ୍ପ ।
ସେ ଆହୁରି କହିଛନ୍ତି ଯେ, ପ୍ରଧନମନ୍ତ୍ରୀ ନିଜ ଜୀବନରେ ବହୁତ ପାରିଶ୍ରମ କରିଛନ୍ତି । ନିଜ ଜୀବନର ଆରମ୍ଭ ଜଣେ ଚା’ ବାଲାରୁ କରିଛନ୍ତି । ସେ ନିଜ ବାପାଙ୍କ ଚା’ ଦୋକନରେ କାମ କରିଥିଲେ । ମୋଦିଙ୍କୁ ଆଜି ପ୍ରତିଟି ବ୍ୟକ୍ତି ଭଲ ପାଉଛନ୍ତି । ସେ ଭାରତର ସବୁଠୁ ପ୍ରମୁଖ ନେତା ବୋଲି ନିଜ ଅଭିଭାଷଣରେ କହିଛନ୍ତି ଟ୍ରମ୍ପ ।
ଦୁଇ ଦିନିଆ ଭାରତ ଗସ୍ତରେ ଆସଥିବା ଆମେରିକା ରାଷ୍ଟ୍ରପତି ଆଜି ସକାଳେ ଗୁଜୁରାଟର ଅହମ୍ମଦାବାଦରେ ପହଂଚିଛନ୍ତି । ଆଉ ବିମାନ ବନ୍ଦରରେ ପହଂଚିବା ପରେ ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ଟ୍ରମ୍ପଙ୍କ ସହ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଏବଂ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଅହମ୍ମଦାବାଦର ସାବରମତି ଆଶ୍ରମ ବୁଲିବା ସହ ଏଠାରେ ଥିବା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଳ ଅର୍ପଣ କରିଥିଲେ । ଏବଂ ଏହାପରେ ମୋଟେରା ଷ୍ଟାଡିୟମରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ ।
BREAKING NEWS
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
Comments are closed.