Latest Odisha News

BREAKING NEWS

କରୋନା ଭୂତାଣୁ: ଭାରତୀୟଙ୍କୁ ଆଣିବା ପାଇଁ ଉହାନ ଯିବ ବାୟୁସେନା ବିମାନ

ନୂଆଦିଲ୍ଲୀ: ଥମିବାର ନାଁ ଧରୁ ନାହିଁ ମାରାତ୍ମକ ଭୂତାଣୁ କରୋନା । ଦିନ କୁ ଦିନ ବ୍ୟାପିବାରେ ଲାଗିଛି କରୋନା ଭାଇରାସ । ଏହି ସଂକ୍ରମଣ ଯୋଗୁଁ ୨ ହଜାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୭ ହଜାର ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହାରି ଭିତରେ ଚୀନ୍‌ରେ ଥିବା ଶହେ ଜଣ ଭାରତୀୟଙ୍କୁ ଆଣିବା ପାଇଁ ଭାରତୀୟ ବାୟୁସେନାର ସ୍ପେଶାଲ ବିମାନ ସି ୧୭ ଗ୍ଲୋବମାଷ୍ଟର ଉହାନକୁ ଯିବ । ଏନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ମିଳିଛି ।
ସେଠାରେ ଫସିଥିବା ଭାରତୀୟଙ୍କୁ ସ୍ୱଦେଶ ଆଣିବା ସହ ଔଷଧ ଏବଂ ଖାଦ୍ୟ ସାମଗ୍ରୀକୁ ମଧ୍ୟ ପହଂଚାଇବ ଭାରତ । କିଛି ପଡୋଶୀ ଦେଶର ନାଗରିକଙ୍କୁ ମଧ୍ୟ ବିମାନରେ ଆଣାଯିବ ବୋଲି କୁହାଯାଇଛି । ବିମାନ ଚୀନ ଯିବାକୁ ଅନୁମତି ମଧ୍ୟ ମିଳି ସାରିଛି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ଫେବୃଆରୀ ୧ ଓ ୨ ତାରିଖରେ ୬୪୭ ଭାରତୀୟଙ୍କୁ ଚାଇନାରୁ ସ୍ୱଦେଶ ଅଣାଯାଇଥିଲା ।

Comments are closed.