Latest Odisha News

BREAKING NEWS

ସିଏଏ ହିଂସା: ଧାରଣାରେ ମୃତ କନେଷ୍ଟବଳ ରତନଲାଲଙ୍କ ପରିବାର

ନୂଆଦିଲ୍ଲୀ: ଧାରଣାରେ ମୃତ ହେଡ କନେଷ୍ଟବଳଙ୍କ ପରିବାର । ରତନଲାଲଙ୍କୁ ‘ସହିଦ’ର ମାନ୍ୟତା ଦିଆଯାଉ ବୋଲି ତାଙ୍କ ପରିବାର ଲୋକେ ଦାବି କରିଛନ୍ତି । ଦିଲ୍ଲୀରେ ସିଏଏ ସପକ୍ଷବାଦୀ-ବିପକ୍ଷବାଦୀ ପାଇଁ ଲାଗି ରହିଥିବା ହିଂସାରେ ସୋମବାର ହେଡ଼ କନେଷ୍ଠବଳ ରତନଲାଲଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ ଶରୀରକୁ ତାଙ୍କୁ ପୈତୃକ ଘରକୁ ନିଆଯାଇଛି ।
ଏହି ସମୟରେ ତାଙ୍କ ପରିବାର ଲୋକେ ପରିଜନ ରାସ୍ତାରେ ଧାରଣାରେ ବସିଛନ୍ତି । ରତନଲାଲଙ୍କୁ ସହିଦର ମାନ୍ୟତା ଦେବା ପାଇଁ ପରିବାର ଲୋକେ ଦାବି କରିଛନ୍ତି । ଏଥିସହ ତାଙ୍କ ରତନଲାଲଙ୍କ ପିଲାଙ୍କୁ ମାଗଣା ଶିକ୍ଷାଦାନ କରିବାକୁ ପାଇଁ ମଧ୍ୟ ଦାବି ହୋଇଛି । ଯେଉଁ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତି ରତନ ଲାଲଙ୍କ ଅନ୍ତିମ ସଂସ୍କାର କରିବେନି ବୋଲି ସେମାନେ ଧମକ ଦେଇଛନ୍ତି । ପରିବାର ସହ ରତନଲାଲଙ୍କ ଗାଁ ଲୋକ ମଧ୍ୟ ଏହି ଧାରଣାକୁ ଓହ୍ଲାଇଛନ୍ତି । ରାଜସ୍ଥାନ ପୋଲିସର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଂଚି ପରିବାର ସହ ଗାଁ ଲୋକଙ୍କୁ ବୁଝାସୁଝା କରିଛନ୍ତି । ଧାରଣାରୁ ହଟି ରତନଲାଲଙ୍କ ଅନ୍ତିମ ସଂସ୍କାର କରାଯାଉ ବୋଲି ମଧ୍ୟ କହିଛନ୍ତି । ହେଲେ ସହିଦର ମାନ୍ୟତା ପାଇଁ ଅଡ଼ି ବସିଛନ୍ତି ପରିବାର ଲୋକ ।

Leave A Reply

Your email address will not be published.