Latest Odisha News

ହ୍ୟାଟ୍ରିକ ସହ ୧୦ ଉଇକେଟ ନେଲେ କାଶଭି ଗୌତମ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ମହିଳା ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍‌ରେ ଚଣ୍ଡୀଗଡ଼ର କାଶଭି ଗୌତମ ୧୦ ୱିକେଟ୍ ନେଇଛନ୍ତି । ଚଣ୍ଡୀଗଡ଼ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଆନ୍ଧ୍ର ପ୍ରଦେଶର କେଏସଆରଏମ୍ କଲେଜ ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ କାଶଭି  ୪.୫ ଓଭରରେ ୧୨ ରନ୍ ପ୍ରଦାନ କରି ସମସ୍ତ ୧୦ଟି ଯାକ ୱିକେଟ୍ ଅକ୍ତିଆର କରିଥିଲେ । ଏଥିରେ ଗୋଟିଏ ହ୍ୟାଟ୍ରିକ୍ ମଧ୍ୟ ରହିଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଚଣ୍ଡୀଗଡ଼ ୫୦ ଓଭରରେ ୪ ୱିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ କାଶଭି ୪୯, ମେହୁଲ ୪୧ ଓ ସିମରନ ୪୨ ରନ୍ କରିଥିଲେ । ଜବାବରେ ଅରୁଣାଚଳ ପ୍ରଦେଶ ୮.୫ ଓଭରରେ ୨୫ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ମିଡିୟମ ପେସ୍ ବୋଲର କାଶଭି ସମସ୍ତ ୱିକେଟ୍ ନେଇଥିଲେ ।

କାଶଭି  ଜମ୍ମୁ ଓ କାଶ୍ମୀର ବିପକ୍ଷରେ ସେ ୭ଟି ୱିକେଟ୍ ଅକ୍ତିଆର କରିଥିଲେ ।  ନେପାଳର ବାମ ହାତି ପେସ୍ ବୋଲର ମେହବୁବ ଆଲମ ବିଶ୍ୱର ପ୍ରଥମ ମହିଳା କ୍ରିକେଟ୍ ଖେଳାଳି ଭାବେ ଗୋଟିଏ ଇନିଂସରେ ୧୦ଟି ୱିକେଟ୍ ଅକ୍ତିଆର କରିଛନ୍ତି । ୨୦୦୮ ଆଇସିସି ବିଶ୍ୱ କ୍ରିକେଟ୍ ଲିଗ୍ ଡିଭିଜନ-୫ର ଏକ ମ୍ୟାଚ୍‌ରେ ମେହବୁବ ୧୦ଟି ଯାକ ୱିକେଟ୍ ନେଇଥିଲେ । ଟେଷ୍ଟ କ୍ରିକେଟ୍ ଇତିହାସରେ ଇଂଲଣ୍ଡର ଜିମ୍ ଲାକର, ଅନୀଲ କୁମ୍ବଲେ ୧୦ଟି ଯାକ ୱିକେଟ୍ ନେଇଥିଲେ । ୨୦୦୧ରେ ଓଡ଼ିଶାର ମିଡିୟମ ପେସ୍ ବୋଲର ଦେବାଶିଷ ମହାନ୍ତି ପ୍ରଥମଶ୍ରେଣୀ କ୍ରିକେଟ୍‌ର ଗୋଟିଏ ଇନିଂସରେ ୧୦ଟି ୱିକେଟ୍ ନେଇଥିଲେ ।

Comments are closed.