Latest Odisha News

BREAKING NEWS

୨୦୧୬ ଡବଲ ମର୍ଡର: ଅନୁପ ସାଏଙ୍କ ନାର୍କୋ ଟେଷ୍ଟ, ବ୍ରେନ ମ୍ୟାପିଂ ଆବେଦନକୁ ଖାରଜ କଲେ କୋର୍ଟ

ରାଇଗଡ: ଗୁରୁବାର ଦିନ ରାଇଗଡର ସିଜେଏମ କୋର୍ଟ ପୂର୍ବତନ ବିଜେଡି ବିଧାୟକ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଂ ଆବେଦନକୁ ଖାରଜ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ସରକାରୀ ଓକିଲ ବିପି ପଟେଲ କହିଛନ୍ତି କି, ଟେଷ୍ଟ ପାଇଁ ଅନୁପ ସାଏ ରାଜି ନହେବାରୁ ସିଜେଏମ କୋର୍ଟ ଚକ୍ରଧରନଗର ପୋଲିସର ଆବେଦନକୁ ଖାରଜ କରିଛନ୍ତି ।

ତେବେ, ରାଇଗଡ ପୋଲିସ ଅନୁପ ସାଏଙ୍କୁ ତିନି ଦିନିଆ ରିମାଣ୍ଡରେ ନେବା ପରେ ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଂ ପାଇଁ କୋର୍ଟରେ ଅନୁମତି ମାଗିଥିଲେ ଓ କୋର୍ଟର ଅନୁମତି ମିିଳିବା ନେଇ ଆଶାବାଦୀ ମଧ୍ୟ ଥିଲେ ।

Comments are closed.