ବୁର୍ଲା: ବୁର୍ଲା ଭିମସାରରେ ଭର୍ତ୍ତି ହୋଇଥିବା କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି । ତାଙ୍କ ରକ୍ତ ଓ ସ୍ୱାବ ନମୂନା ନେଗେଟିଭ ଆସିଥିବା କହିଛନ୍ତି ଭିମସାର କର୍ତ୍ତୃପକ୍ଷ । ସୁନ୍ଦରଗଡ ହେମଗିରି ଅଂଚଳର ୨୩ ବର୍ଷର ଯୁବକ କରୋନା ଭାଇରସ ସଂକ୍ରମିତ ଥିବା ସନ୍ଦେହରେ ବୁର୍ଲା ସ୍ଥିତ ଭିମସାର ମେଡିକାଲରେ ଭର୍ତ୍ତି ହୋଇଥିଲେ ।
ସୂଚନାଯୋଗ୍ୟ, ଯୁବକ ଜଣକ ଦକ୍ଷିଣ କୋରିଆରୁ ଫେରିବା ପରେ ତାଙ୍କୁ ସର୍ଦ୍ଦି, ଥଣ୍ଡା ଲାଗି ରହିଥିଲା । ସେଥିପାଇଁ ସେ କରୋନା ଭାଇରସ ସନ୍ଦେହରେ ଭିମସାର ମେଡିକାଲରେ ଭର୍ତ୍ତି ହୋଇଥିଲେ । ଯୁବକଙ୍କୁ ୭ ଦିନ ପାଇଁ ଆଇସୋଲେସନ ୱାର୍ଡରେ ରଖାଯାଇ ତାଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ଓଡିଶା ବାହାର ଲ୍ୟାବକୁ ପଠାଯାଇଥିଲା ।
Comments are closed.