Latest Odisha News

‘ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା’ରେ ସ୍ୱର୍ଣ୍ଣ ଜିତିଲେ ସମ୍ବଲପୁର ଝିଅ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ସ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ବେଳେ ଶୁକ୍ରବାର ଦିନ ସମ୍ବଲପୁର ୟୁନିଭର୍ସିଟିର ଛାତ୍ରୀ ମନିଷା ମେରେଲ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ।

ଏହି କ୍ରୀଡାରେ ମନିଷା ଲଙ୍ଗଜମ୍ପ (୬.୨୨ମି.) ଇଭେଣ୍ଟରେ ଓଡିଶା ଲାଗି ଏହି ପଦକ ଜିତିଛନ୍ତି । ଏହା ମନିଷାଙ୍କର ତୃତୀୟ ସ୍ୱର୍ଣ୍ଣ ପଦକ, ଯାହା ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଦେଇଛି ।

ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ଦିନ ଏହି ଖେଳରେ ଦୁଇଟି ଇଭେଣ୍ଟରେ ଓଡିଶାକୁ ସ୍ୱର୍ଣ୍ଣ ମିଳିଥିଲା।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ର ମନୋଜ କୁମାର ସାହୁ ଭାରତ୍ତୋଳନ (୭୩ କେଜି) ପୁରୁଷ ବର୍ଗରେ ମୋଟ୍ ୨୬୭ କିଗ୍ରା. ଓଜନ ଉଠାଇ ଓଡିଶା ପାଇଁ ସ୍ୱର୍ଣ୍ଣ ଜିତିଥିଲେ ।

ସେହିପରି ଆୟୋଜକ କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ର ଶ୍ରବଣ କୁମାର, ସୂର୍ଯ୍ୟମଣି ଏବଂ ରଞ୍ଜିତ ନାୟକ ତୀରନ୍ଦାଜରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Comments are closed.