Latest Odisha News

ବିଶ୍ୱ ବଜାରରେ ଭାରତୀୟ ଜିନିଷର ଗୁଣାତ୍ମକମାନ ସବୁଠୁ ଉପରେ

ଭାରତୀୟ ଗୁଣାତ୍ମକ ନିୟନ୍ତ୍ରଣ ବିଭାଗ ଓ ପିଏଚଡି ସିସିଆଇର ମିଳିତ ଆନୁକୁଲ୍ୟରେ ତ୍ରୟୋଦଶ ଆଂଚଳିକ ଗୁଣାତ୍ମକ ସାମଗ୍ରୀ ସମ୍ମିଳନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ମେକ ଇନ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଓ ସ୍ମାର୍ଟ ମାନୁଫାକଚରିଂର ଦୀର୍ଘସ୍ଥାୟୀ ସୂତ୍ର ଉପରେ ବିଶେଷ କରି ଆଲୋଚନା ହୋଇଥିଲା । ପାରମ୍ପରିକରୁ ଅତ୍ୟାଧୁନିକ ନିର୍ମାଣ ଭବିଷ୍ୟତ ବାଣିଜ୍ୟକୁ ଦୃଷ୍ଟିରେ ରଖି ଡିଜିଟାଲ ଟୁଲସ ଓ ଶିଳ୍ପ ପାଇଁ ବିଭିନ୍ନ ପରିପାଠୀର ତ୍ୱରାନ୍ୱୟନ ଥିଲା ଏହି ସମ୍ମିଳନୀର ମୁଖ୍ୟ ବିଷୟ ବସ୍ତୁ ।

ଏନବିକ୍ୟୁପିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସିକେ ବିଶ୍ୱାସ ସ୍ୱାଗତ ଭାଷଣ ଦେଇ ଜିନିଷ ପତ୍ରର ଗୁଣାତ୍ମକମାନର ବିକାଶ ଓ ମହତ୍ୱ ଉପରେ ଆଲୋଚନା ସମ୍ମିଳନୀରଆଭିମୁଖ୍ୟ ବୋଲି କହିଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡାଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ବଳରେ ଓଡ଼ିଶାକୁ ଜ୍ଞାନ ଓ ଉଦଭାବନର ଶିଖରରେ ପହଂଚାଇବା ସହ ଶାସନରେ ଜନସାଧାରଣଙ୍କ ଭାଗିଦାରିତା ସୁନିଶ୍ଚିତ କରାଇବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲିକହିଥିଲେ ।

କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରଣାଳୟର ସଚିବ ଡ. ଅରୁଣ କୁମାର ପଣ୍ଡା ବିଶ୍ୱ ବଜାରରେ ପ୍ରତିଯୋଗିତା କରିବାକୁ ହେଲେ ଗୁଣାତ୍ମକମାନ ପ୍ରତି ଧ୍ୟାନ ଦେବାସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।

ଦେଶର ସାମଗ୍ରୀକ ବିକାଶରେ ନିର୍ମାଣ କ୍ଷେତ୍ର ବିଶେଷ ସହାୟକ ହୋଇଥାଏ ବୋଲି ଏଥିରେ ଯୋଗଦେଇ ଏନଏସଆଇସିର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. ଏଚପି କୁମାର ପ୍ରକାଶ କରିଥିଲେ ।

ରାଜ୍ୟ ସରକାରଙ୍କ ଶିଳ୍ପ ବିକାଶର ପୂର୍ବତନ ସଚିବ ଟିଟି ରାମଚନ୍ଦ୍ରୁ ଏଥିରେ ଯୋଗଦେଇ ଆମକୁ ନୂଆ ନୂଆ ଜିନିଷ ଉଦ୍ଭାବନା କରିବାକୁ ପଡିବ ବୋଲି ଉଦ୍ୟୋଗପତିମାନଙ୍କୁ ନିବେଦନ କରିଥିଲେ । ଜିନିଷ ପତ୍ର ମାନ ପରୀକ୍ଷା ନକରି କେବଳ ଅନୁକରଣ କରିବା ଅନାବଶ୍ୟକ ବୋଲି ସେ କହିଥିଲେ । ଏନବିକ୍ୟୁପିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିକେ ବିଶ୍ୱାସ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ସମ୍ମିଳନୀରେ ପ୍ରାୟ ୨୦୦ରୁ ଅଧିକ ପ୍ରତିନିଧି ଯୋଗଦେଇଥିଲେ ।

Comments are closed.