Latest Odisha News

ଅଦାଲତଙ୍କ ସମସ୍ତ ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବାକୁ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ୫ଜଣ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ୬ଟି ସ୍ଥାନରେ ଏହି ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଅଦାଲତର ୩ୟ ଦିବସରେ ଫଇସଲା ହୋଇଛି ମୋଟ୍ ୩୯୯ଟି କେସ୍‌ ।

ମିଳିଥିବା ସୂଚନାନୁଯାୟୀ କଳାହାଣ୍ଡି, ବାଲେଶ୍ୱର, ଭଦ୍ରଖ, ରେଡାଖୋଲ ଆଦିରୁ ଆସିଥିବା ଆବେଦନକାରୀମାନେ ନିଜ ନାମ ଗୋପନ ରଖି ପ୍ରକାଶ କରିଥିଲେ ଯେ, ପଦୋନ୍ନତି ଅଦାଲତ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ଆଶା ସୃଷ୍ଟି କରିଛି ।

ଏହା ଫଳରେ କୋର୍ଟକୁ ଦୌଡିବାକୁ ପଡୁନାହିଁ । ଏହି ଅଦାଲତରେ ନିଷ୍ପତ୍ତି ପ୍ରକ୍ରିୟା ତ୍ୱରାନ୍ନତିତ ହେଉଛି । ତେବେ ୨ୟ ପର୍ଯ୍ୟାୟ ଅଦାଲତର ୪ର୍ଥ ଦିନ ଆସନ୍ତା ମାର୍ଚ୍ଚ ୨ରେ ଗୋପବନ୍ଧୁ ପ୍ରଶାସନ ଏକାଡେମୀରେ ଅନୁଷ୍ଠିତ ହେବ । ସେହିଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦରଖାସ୍ତର ଶୁଣାଣୀ ହେବ ।

ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଇସ୍ପାତ ଓ ଖଣି, ଜଙ୍ଗଲ ଓ ପରିବେଶ, ଦକ୍ଷତା ବିକାଶ, ଅବକାରୀ, ସୂଚନା ଓ ଲୋକ ସମ୍ପର୍କ, ମତ୍ସ୍ୟ ଓ ପଶୁ ସମ୍ପଦ, ସମବାୟ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତ, ଗୃହ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ଶିଳ୍ପ ଏବଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର କର୍ମଚାରୀଙ୍କ ଠାରୁ ମିଳିଥିବା ଦରଖାସ୍ତ ଗୁଡିକର ଶୁଣାଣୀ ହୋଇଥିଲା ।

 

Comments are closed.