ମେକ୍ସିକୋ ସିଟି: ସ୍ଥାନୀୟ ମେରିଦା ସହରରେ ଏକ ପିଜା କମ୍ପାନୀ ନୂତନ ପ୍ରକାର ପ୍ରତିଯୋଗିତା ରଖିଥିଲା । ଏହା ମୁତାବକ ଅଦ୍ଭୁତ ଓ ଅଲଗା ପ୍ରକାର ନାମ ରଖିଥିବା ବ୍ୟକ୍ତିଙ୍କୁ ମାଗଣାରେ ପିଜା ପ୍ରଦାନ କରାଯିବ । ଏଥିରେ ଅନେକ ପ୍ରତିଯୋଗୀ ଭାଗ ନେଇଥିଲେ । ଫାଇନାଲ ଲିଷ୍ଟରେ ନିବିୟା, ବାହାଜିବାଦି ଓ ୱେସଗେଟରୋଜ ରହିଥିଲେ ।
ତେବେ ଶେଷ ମୂହର୍ତରେ ଜଣେ ଯୁବକ ପ୍ରବେଶ କଲା ଏବଂ ମାଗଣା ପିଜା ପୁରସ୍କାର ହାସଲ କରି ନେଇଥିଲା । ଏହି ଯୁବକର ନାମ ଥିଲା ୦୦୩ । ସମସ୍ତେ ଏହା ଏକ ସମ୍ପୂର୍ଣ୍ଣ ଅଲଗା ନାମ ବୋଲି ସ୍ୱୀକାର କରିଥିଲେ । ମେକ୍ସିକୋରେ କମ୍ପାନୀ ଏ ଭଳି ଭାବେ ପ୍ରତିଯୋଗିତାମାନ ଆୟୋଜନ କରି ମଜାଦାର ଢ଼ଙ୍ଗରେ ବ୍ୟବସାୟ କରିଥାନ୍ତି ।
Comments are closed.