Latest Odisha News

BREAKING NEWS

ଟ୍ୟୁସନ୍ ଶିକ୍ଷୟିତ୍ରୀଙ୍କ ସ୍ୱାମୀଙ୍କ ଦ୍ୱାରା ଛାତ୍ରୀ ଅସଦାଚରଣ ଶୀକାର

ପୁରୀ: ଜଣେ ଟ୍ୟୁସନ୍ କରୁଥିବା ଶିକ୍ଷୟିତ୍ରୀଙ୍କ ଲମ୍ପଟ ସ୍ୱାମୀଙ୍କ ଦ୍ୱାରା ନାବାଳିକା ଛାତ୍ରୀ ଅସଦାଚରଣର ଶୀକାର ହେବାର ଅଭିଯୋଗ ଖବର ଏବେ ପୁରୀ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ଏପରି ଏକ ଘଟଣା ଘଟିଛି ପୁରୀ ଜିଲ୍ଲା ଅନ୍ତର୍ଗତ ଅଁଳାଯୋଡ଼ି ଗାଁ’ର ତଳସାହିରେ ।

ଏହି ଘଟଣାଟି ତିନିଦିନ ପୂର୍ବରୁ ଘଟିଥିଲେ ମଧ୍ୟ ରବିବାର ସକାଳେ ହିଁ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । କେତେକ ବିଜେପି କର୍ମୀ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ନେଇ ବିକ୍ଷୋଭ କରୁଥିବା ପରେ ହିଁ ଏହି ଘଟଣାଟି ପଦାକୁ ଜଣା ପଡ଼ିଥିଲା ।

ଏହି ଘଟଣାରେ ଅଭିଯୁକ୍ତ ଅଭିମନ୍ୟୁ ସାହୁ ଫେରାର ଅଛନ୍ତି ।

ମିଳିଥିବା ସୂତ୍ରରୁ ଜଣାପଡ଼ିଛି, ନାବାଳିକା ଛାତ୍ରୀଟି ଗାଁ’ରେ ଟ୍ୟୁସନ କରୁଥିବା ଏକ ମହିଳା ଶିକ୍ଷୟିତ୍ରୀଙ୍କ ନିକଟକୁ ପଢିବାକୁ ଯାଇଥାଏ । ଏହି ଶିକ୍ଷୟିତ୍ରୀ ଜଣକ ମଧ୍ୟ ଅନେକ ବର୍ଷ ଧରି ଅଁଳାଯୋଡ଼ି ପଞ୍ଚାୟତର ସରପଞ୍ଚ ରହିଆସିଛନ୍ତି । ତେବେ ତିନିଦିନ ପୂର୍ବରୁ ଝିଅଟିକୁ ତା’ର ବାପା ଟ୍ୟୁସନରୁ ଆଣିବାକୁ ଗଲାବେଳେ ସେଠାରେ ଅଭିଯୁକ୍ତ ଜଣକ ତାଙ୍କ ଝିଅକୁ ଅସଦାଚରଣ କରୁଥିବାର ଦେଖିଲେ ।

ଝିଅକୁ ଘରେ ସମସ୍ତ କଥା ପଚାରିବାରୁ ତାକୁ ତାଙ୍କ ଶିକ୍ଷୟିତ୍ରୀଙ୍କ ସ୍ୱାମୀ କିପରି ଅନେକ ବାର ଯୌନ ନିର୍ଯ୍ୟାତନା ଦେଉଥିଲେ ତାହା କହିଥିଲା, ଏହାପରେ ସେମାନେ ଥାନାରେ ଏନେଇ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.