Latest Odisha News

BREAKING NEWS

ରାୟଗଡା ରେଲୱେ ଷ୍ଟେସନରୁ ୧୫ ଶିଶୁ ଉଦ୍ଧାର

ରାୟଗଡା : ରାୟଗଡାରୁ ଆନ୍ଧ୍ରପ୍ରଦେଶ ଚାଲାଣ ହେବାକୁ ଥିବା ପାଖାପାଖି ୧୫ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ଜିଆରପି ପୋଲିସ ।

ସୂଚନା ଅନୁଯାୟୀ ରାୟଗଡା ଷ୍ଟେସନରେ କିଛି ଶିଶୁ ଏଣେତେଣେ ବୁଲୁଥିବାବେଳେ ପୋଲିସ ସନ୍ଦେହ ପ୍ରକାଶ କରି ସେମାନଙ୍କୁ ପଚରାଉଚରା କରିଥିଲା ।

ତେବେ ଏଥିରେ ୧୧ଜଣ ନାବାଳିକା ରହିଥିବାବେଳେ ୪ଜଣ ନାବାଳକ ରହିଛନ୍ତି ।

ଅନ୍ୟପକ୍ଷରେ ସମସ୍ତ ଶିଶୁଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯିବା ସହିତ ପରିବାର ବର୍ଗଙ୍କୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.