Latest Odisha News

BREAKING NEWS

କରୋନା: ଏୟାର ଇଣ୍ଡିଆର ୧୦ କ୍ରୁ ମେମ୍ବରଙ୍କ ଉପରେ କଡା ନଜର

ମୁମ୍ବାଇ: କରୋନା ଭାଇରସ ପ୍ରକୋପକୁ ଦେଖି ଏୟାର ଇଣ୍ଡିଆର ୧୦ଜଣ କ୍ରୁ ମେମ୍ବରଙ୍କ ଉପରେ କଡା ନଜର ରଖିବାର ନିଷ୍ପତ୍ତି ନିଆଯାଇଛି । ଫେବୃଆରୀ ୨୫ ତାରିଖରେ ଭିଏନାରୁ ଦିଲ୍ଲୀ ଆସିଥିବା ଏୟାର ଇଣ୍ଡିଆ ଏଆଇ ୧୫୪ ବିମାନର ଜଣେ ଯାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଛି ।

ତେବେ କୋଭିଡ-୧୯ ସଂକ୍ରମଣର ଗୋଟିଏ ମାମଲା ଦିଲ୍ଲୀ ଓ ଆଉ ଏକ ମାମଲା ତେଲେଙ୍ଗାନାରୁ ଆସିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବୟାନ ଜାରି କରିଛନ୍ତି । ଦିଲ୍ଲୀର କରୋନା ଆକ୍ରାନ୍ତ ଇଟାଲି ଓ ତେଲେଙ୍ଗାନାର ଦୁବଇ ଯାଇଥିଲେ । ସେଥିପାଇଁ ଭିଏନା-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ୧୦ଜଣ କ୍ରୁ ମେମ୍ବରଙ୍କୁ ତାଙ୍କ ଘରେ ୧୪ ଦିନ ପାଇଁ ନଜର ରଖାଯିବ ।

Comments are closed.