ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନେଇ ଟ୍ୱିଟ୍ କରିଛନ୍ତି । ଏହି ଭାଇରାସକୁ ନେଇ ଭୟଭୀତ ନହେବା ପାଇଁ ସେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । ମୋଦୀ କହିଛନ୍ତି ଯେ, କରୋନା ଭାଇରସକୁ ନେଇ ବ୍ୟାପକ ସମୀକ୍ଷା ହୋଇଛି । ବିଭିନ୍ନ ମନ୍ତ୍ରାଳୟ ମିଳିତ ଭାବେ ଏଥିପାଇଁ କାମ କରୁଛନ୍ତି ବୋଲି ସେ କହିଛନ୍ତି ।
ମଙ୍ଗଳବାର ମୋଦୀ କରୋନା ଭାଇରସକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏହାପରେ ସେ ଟ୍ୱିଟ୍ କରି ଦେଶବାସୀଙ୍କୁ ଆତଙ୍କିତ ନହେବା ପାଇଁ କହିଛନ୍ତି । ଆମେ ଏକାଠି ହୋଇ କାମ କରିବାକୁ ହେବ । ପ୍ରଥମେ ନିଜକୁ ସୁରକ୍ଷିତ ରଖି, ଏହାପରେ ପଦକ୍ଷେପ ନେବ ଆବଶ୍ୟକ ବୋଳି ବୋଲି ମୋଦୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ସୋମବାର ତେଲେଙ୍ଗାନା ଓ ଦିଲ୍ଲୀରେ କରୋନା ଭାଇରସର କିଛି ମାମଲା ସାମ୍ନାକୁ ଆସିଥିଲା । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜରୁରୀ ବୈଠକ ଡାକିଥିଲେ ।
BREAKING NEWS
- ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜାଣନ୍ତୁ କେବେ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ
- ଗିରଫ ହେବେ କି ରାମ ଗୋପାଳ ବର୍ମା ? ନିର୍ଦ୍ଦେଶକଙ୍କ ଘରେ ପୋଲିସ…
- ‘ନୈନ୍ ମଟକ୍କା’ରେ ବରୁଣ-କିର୍ତ୍ତୀଙ୍କ ଦମଦାର କେମେଷ୍ଟ୍ରି, ଦିୱାନା ହେଲେ ଫ୍ୟାନ୍ସ
- ମଣିପୁରରେ ଏଏଫଏସପିଏ ବିବାଦ
- ଏ ଆର ରହମାନ ମୋ ବାପା ଭଳି, ଅପପ୍ରଚାର କରନ୍ତୁନି: ମୋହିନି
- ବିଜେପିର ବିଭୀଷଣ ପଲିଟିକ୍ସ ଫେଲ୍ !
- ସୋଫା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୩ ଶ୍ରମିକ ଜୀବନ୍ତ ଦଗ୍ଧ
- ଆସିଲା ତାରିଖ, ୨୦ରେ ରାଜ୍ୟସଭା ଉପନିର୍ବାଚନ
- ଆରମ୍ଭରୁ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି
- ଆଇପିଏଲ ମେଗା ନିଲାମ ପରେ କେଉଁ ଟିମ ହେଲା ମଜଭୁତ
Comments are closed.